ଓଡିଶା

odisha

ETV Bharat / state

ନିଆରା ଢଙ୍ଗରେ ପାଳିତ ହେଲା ମହାପ୍ରଭୁଙ୍କ ଚନ୍ଦନଯାତ୍ରା - chandan yatra

କୋରୋନା କଟକଣା ପାଇଁ ଲକଡାଉନରେ ଲକ ହେଇଛି ମନ୍ଦିର । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବି ଲାଗିଛି ରୋକ । ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ନିଆରା ଢଙ୍ଗରେ ପାଳିତ ହୋଇଛି ଚନ୍ଦନଯାତ୍ରା । ଆସନ୍ତୁ ଦେଖିବା ଇଟିଭି ଭାରତର ରିପୋର୍ଟ...

chandan-yatra-at-chitrada-jagannath-temple
ନିଆରା ଢଙ୍ଗରେ ପାଳିତ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

By

Published : May 8, 2020, 12:30 PM IST

Updated : May 8, 2020, 7:41 PM IST

ବାରିପଦା: କୋରୋନା କଟକଣା ପାଇଁ ଲକଡାଉନରେ ଦେଶ । ଭକ୍ତଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ବି ପଡିଛି ଲକ । କୋରୋନା କଟକଣା ପାଇଁ ଶ୍ରୀ ଶ୍ରୀ ମଦନ ମୋହନଙ୍କ ଚନ୍ଦନଯାତ୍ରା ଜଗନ୍ନାଥ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୋଖରୀ ନିର୍ମାଣ କରି ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ଗାଁରେ ଥିବା ମହାପ୍ରଭୁ ଜଗନ୍ନାଥ ମନ୍ଦିରରେ ଏଭଳି ନିଆରା ଢଙ୍ଗରେ ପାଳିତ ହୋଇଛି ଚନ୍ଦନଯାତ୍ରା ।

ନିଆରା ଢଙ୍ଗରେ ପାଳିତ ହେଲା ମହାପ୍ରଭୁଙ୍କ ଚନ୍ଦନଯାତ୍ରା

କୋରୋନା କଟକଣାକୁ ଆଖି ଆଗରେ ରଖି ସରକାରଙ୍କ ଲକଡାଉନ ନିୟମକୁ ପାଳନ କରାଯାଇ ଅନୁଷ୍ଠିତ ହୋଇଛି ଚନ୍ଦନ ଯାତ୍ରା । ପରମ୍ପରା ଅନୁଯାୟୀ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ମନ୍ଦିର ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ପୋଖରୀରେ ମଦନମୋହନଙ୍କ ଚାପଖେଳ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ସାରା ବିଶ୍ଵରେ କୋରୋନା ମୁକ୍ତ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମନ୍ଦିର କମିଟିର ସଦସ୍ୟ ।

ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅନେକ । କୋରୋନା କଟକଣା ମଧ୍ୟରେ ଯେପରି ମହାପ୍ରଭୁଙ୍କ ପରମ୍ପରା ବନ୍ଦ ନ ହେଉ ସେଥିପାଇଁ ମନ୍ଦିର ପରିସରରେ ପୋଖରୀ ନିର୍ମାଣ କରି ନିଆରା ଢଙ୍ଗରେ ପାଳିତ ହୋଇଛି ଚନ୍ଦନ ଯାତ୍ରା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 8, 2020, 7:41 PM IST

ABOUT THE AUTHOR

...view details