ରାଇରଙ୍ଗପୁର: ବାଜି ସାରିଛି ପୌର ନିର୍ବାଚନ ବିଗୁଲ। ଆଉ ପୌରପରିଷଦ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ପାଇଁ ବିଜେଡ଼ି ଦଳ ପକ୍ଷରୁ ଆଜି ପ୍ରଚାରକୁ ଜୋରଦାର କରିବା ପାଇଁ ପ୍ରଚାର ଗାଡ଼ିର ଶୁଭାରମ୍ଭ କରାଯାଇଛି । ଏ ପରିପ୍ରେକ୍ଷୀରେ ସହରସ୍ଥିତ ବିଜୁ ପଟ୍ଟନାୟକ ଛକରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦଳୀୟ ନେତା ଓ କର୍ମୀମାନଙ୍କ ଉପସ୍ଥିତିରେ ପତାକା ଦେଖାଇ ପ୍ରଚାର ଗାଡ଼ିର ଶୁଭାରମ୍ଭ କରିଛନ୍ତି।
ରାଇରଙ୍ଗପୁର ପୌରାଞ୍ଚଳରେ ବିଜେଡିର ପ୍ରଚାର ଜୋରଦାର, ଶୁଭାରମ୍ଭ କଲେ ପ୍ରଚାର ଗାଡ଼ି - ରାଇରଙ୍ଗପୁର ପୌରାଞ୍ଚଳ ନିର୍ବାଚନ
ପୌରପରିଷଦ ହାତେଇବାକୁ ସବୁ ଦଳର ପ୍ରୟାସ ଜାରି ରହିଛି । ତେବେ ଆଜି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦଳୀୟ ନେତା ଓ କର୍ମୀମାନଙ୍କ ଉପସ୍ଥିତିରେ ବିଜେଡି ପତାକା ଦେଖାଇ ପ୍ରଚାର ଗାଡ଼ିର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ
ତେବେ କାର୍ଯ୍ୟକ୍ରମରେ ମୋରଡା ବିଧାୟକ ରାଜ କିଶୋର ଦାସ, ଓଡ଼ିଶା ରାଜ୍ୟ ସମ୍ପାଦକ ଚିନ୍ମୟ ସାହୁ, ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକଙ୍କ ସହିତ ଦଳୀୟ ନେତା ଓ କାଉନସିଲର ପ୍ରାର୍ଥୀମାନେ ଯୋଗ ଦେଇଥିଲେ। ଆଜି ରାଇରଙ୍ଗପୁର ସହରର ୧୫ ଗୋଟି ୱାର୍ଡ ମଧ୍ୟରୁ କିଛି ୱାର୍ଡରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଓଡ଼ିଶା ରାଜ୍ୟ ସମ୍ପାଦକ ଚିନ୍ମୟ ସାହୁ ଓ ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ କାଉନସିଲର ପ୍ରାର୍ଥୀଙ୍କ ସହିତ କିଛି ୱାର୍ଡକୁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି। ସେପଟେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଯେପରି ଭାବରେ ବିପୁଳ ସମର୍ଥନ ମିଳିଥିଲା ସେହିପରି ସମସ୍ତ ପୌରପରିଷଦ ମଧ୍ୟ ବିଜେଡ଼ି ହାତେଇବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସମ୍ପାଦକ ଚିନ୍ମୟ ସାହୁ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ