ଓଡିଶା

odisha

ETV Bharat / state

ବସରେ ଲାଗିଲା ବିଦ୍ୟୁତ ତାର , ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ

ବସରେ ଲାଗିଲା ବିଦ୍ୟୁତ ତାର , ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ
ବସରେ ଲାଗିଲା ବିଦ୍ୟୁତ ତାର , ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ

By

Published : Feb 12, 2020, 12:04 AM IST

Updated : Feb 12, 2020, 9:24 AM IST

23:57 February 11

ବାରିପଦା: ବସରେ ଲାଗିଲା ବିଦ୍ୟୁତ ତାର । ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଝରାଡ଼ିହି ବଜାରରେ।

ବସରେ ଲାଗିଲା ବିଦ୍ୟୁତ ତାର , ଅଳ୍ପକେ ବର୍ତ୍ତିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ

ସୂଚନା ଅନୁଯାୟୀ, ବହଳଦା ବ୍ଲକର ବିଭିନ୍ନ ସ୍କୁଲର 40 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ 40 ଜଣ ଅଭିଭାବକଙ୍କୁ ନେଇ ସ୍କୁଲ ପକ୍ଷରୁ ପିକନିକ ପାଇଁ ଝାଡ଼ଖଣ୍ଡର ଡିମନା ଲେକ୍କୁ‌ ଯାଇଥିଲେ । ପିକନିକ ସାରି ଘରକୁ ଫେରିବା ସମୟରେ ବହଳଦାରେ କିଛି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଓହ୍ଲାଇବା ପରେ ବସଟି ଝରାଡିହିର ଛାତ୍ରଛାତ୍ରୀ, ଅଭିଭାବକ ଓ ସିଆରସିସିଙ୍କୁ ଛାଡିବା ପାଇଁ ଯାଉଥିଲା। ତେବେ ଝରାଡିହ ବଜାରରେ ବସଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ବସରେ ଲାଗି 220 ଭଲ୍ଟ ବିଦ୍ୟୁତ ତାର ଛିଡି ଯିବା ସହ ସପ୍ଲାଇ ହୋଇଥିବା ତାର ସର୍ଟ ସର୍କିଟ ହୋଇ ସ୍ପାରକିଙ୍ଗ ହେବାରେ ଲାଗିଥିଲା। ଝରାଡିହ ବଜାରର ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ କର୍ମଚାରୀଙ୍କୁ ଯୋଗାଯୋଗ କରି ବିଦ୍ୟୁତ୍ ସପ୍ଲାଇ ବନ୍ଦ କରାଇଥିଲେ । ଫଳରେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକେ ବସକୁ ଅଟକାଇ ରଖିଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା । ବସରେ ଥିବା କିଛି ଯାତ୍ରୀ ଭୟରେ ପଳାଇ ଯାଇଥିଲେ । ତେବେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଗମ୍ଭାରିଆ ଓ ବାସିଙ୍ଗି ର ସ୍କୁଲ ଛାତ୍ରଛାତ୍ରୀଙ୍କୁ ବସଟି ପହଞ୍ଚାଇବାକୁ ଯାଇଥିଲା ।


ପୂର୍ବରୁ ଉକ୍ତ ସ୍ଥାନରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଟି ନଡା ବୋଝେଇ ଟ୍ରକ ଜଳି ଯାଇଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କିମ୍ବା ବିଦ୍ୟୁତ୍ ବିଭାଗର ନଜର ନପଡ଼ିବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୋଧହୁଏ ଏକ ବଡ଼ ଧରଣର ବିପଦକୁ ଅପେକ୍ଷା କରି ରହିଛି ପ୍ରଶାସନ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Feb 12, 2020, 9:24 AM IST

ABOUT THE AUTHOR

...view details