ଓଡିଶା

odisha

ETV Bharat / state

ବ୍ରାଉନସୁଗାର ଜବତ ମାମଲା: ଚାରିଦିନିଆ ରିମାଣ୍ଡରେ ବେପାରୀ ସେକ ଆସିକ

ଏସଟିଏଫ ଦ୍ବାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନସୁଗାର ବ୍ୟବସାୟୀକୁ ସୋମବାର ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ଅଧିକ ପଢନ୍ତୁ...

ବ୍ରାଉନସୁଗାର ଜବତ ମାମଲା: ଚାରିଦିନିଆ ରିମାଣ୍ଡରେ ବେପାରୀ ସେକ ଆସିକ
ବ୍ରାଉନସୁଗାର ଜବତ ମାମଲା: ଚାରିଦିନିଆ ରିମାଣ୍ଡରେ ବେପାରୀ ସେକ ଆସିକ

By

Published : Jul 20, 2020, 8:59 PM IST

ବାରିପଦା: ଏସଟିଏଫ ଦ୍ବାରା ଧରାପଡ଼ି ଗିରଫ କରାଯାଇଥିବା ବ୍ରାଉନସୁଗାର ବ୍ୟବସାୟୀକୁ ସୋମବାର ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି।

ବ୍ରାଉନସୁଗାର ଜବତ ମାମଲା: ଚାରିଦିନିଆ ରିମାଣ୍ଡରେ ବେପାରୀ ସେକ ଆସିକ

ରବିବାର ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ସହିତ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରୁ ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ସେକ ଆସିକକୁ ଏସଟିଏଫର ଡିଏସପି ରାମଚନ୍ଦ୍ର ଥମ୍ବଙ୍କ ସହ ଏକ ଚାରି ଜଣିଆ ଟିମ ବାରିପଦା ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ସୋମବାର ହାଜର କଲେ।

ଏସଟିଏଫର ରିମାଣ୍ଡ ଆବେଦନକୁ ଗ୍ରହଣ କରି ଜିଲ୍ଲା ଦୌରା ଜଜ ଆସାମୀକୁ ୪ଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି। ଏହି ୪ଦିନରେ ମାମଲା ବାବଦରେ ଆସାମୀକୁ ଅଧିକ ଜେରା କରିବ ଏସଟିଏଫ । କେସ ନଂ ୨୧/୧୯.୦୭.୨୦ରେ ଧାରା ୨୧ସି ୧୯୮୫ ଆଧାରରେ କେସ ରୁଜୁ ହୋଇଛି ବୋଲି କହିଛନ୍ତି ସରକାରୀ ଓକିଲ ସସ୍ମିତା ମହାପାତ୍ର।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details