ଓଡିଶା

odisha

ETV Bharat / state

ମୟୂରଭଞ୍ଜ ଗସ୍ତରେ ମନମୋହନ ସାମଲ, ବୁଥସ୍ତରରେ କାର୍ଯ୍ୟ କରିବାକୁ ଦେଲେ ଗୁରୁମନ୍ତ୍ର

ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ୨୦୨୪ରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବ ବୋଲି ଦୃଢୋକ୍ତି ଦେଲେ । ମୟୂରଭଞ୍ଜବାସୀଙ୍କ ଉନ୍ନତି ଆମର ଆଗ୍ରାଧୀକାର ବୋଲି ସଭାପତି ମନମୋହନ ସାମଲ କହିଛନ୍ତି । ଅଧିକ ପଢ଼ନ୍ତୁ

By

Published : Apr 12, 2023, 9:07 PM IST

ଦଳର ପୋଷ୍ଟର ଲଗାଉଥିବା କର୍ମୀ ବି ଦଳର ଶ୍ରେଷ୍ଠକର୍ମୀ :ମନମୋହନ ସାମଲ
ଦଳର ପୋଷ୍ଟର ଲଗାଉଥିବା କର୍ମୀ ବି ଦଳର ଶ୍ରେଷ୍ଠକର୍ମୀ :ମନମୋହନ ସାମଲ

ଦଳର ପୋଷ୍ଟର ଲଗାଉଥିବା କର୍ମୀ ବି ଦଳର ଶ୍ରେଷ୍ଠକର୍ମୀ :ମନମୋହନ ସାମଲ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ଦିନିକିଆ ଗସ୍ତ ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବାରିପଦାରେ ଏକ ଜନ ଶୋଭାଯାତ୍ରାରେ ଯୋଗ ଦେଇ ସହର ପରିକ୍ରମା କରିଥିଲେ । ବାରିପଦାର ପାଲବଣିରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟ ସଭାପତିଙ୍କ ସହିତ ସମସ୍ତ ନେତୃମଣ୍ଡଳୀଙ୍କ ଦ୍ବାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଜ୍ୟ ବିଜେପି ସଭାପତି ।

ଏହା ବି ପଢ଼ନ୍ତୁଭୁବନେଶ୍ବର ପ୍ରତିଷ୍ଠା ଦିବସ: ଅତିଥି ତାଲିକାରେ ଭୁବନେଶ୍ବର ସାଂସଦଙ୍କ ନାଁ ନାହିଁ

ସାଧାରଣ ସଭାରେ କର୍ମୀମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି,‘‘ଦଳର ପୋଷ୍ଟର ଲଗାଉଥିବା କର୍ମୀ ବି ଦଳର ଶ୍ରେଷ୍ଠକର୍ମୀ ଅଟନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ବୁଥ୍‌ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ବିଭିନ୍ନ ଘୋଷଣାମାନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରି ନାହାଁନ୍ତି । ଘୋଷଣା କେବଳ ଘୋଷଣାରେ ହିଁ ସୀମିତ ରହୁଛି ।’’

ଏହାସହ ମନମୋହନ ସାମଲ କହିଛନ୍ତି,‘‘ଜିଲ୍ଲାବସୀଙ୍କ ମନରେ ସରକାର ବିରୋଧୀ ସ୍ବର ବଢିବାରେ ଲାଗିଛି । ସରକାର ମୟୂରଭଞ୍ଜକୁ ଅଣ ଦେଖା କରିଆସୁଛନ୍ତି । ବିଭିନ୍ନ ଜିଲ୍ଲାରେ ଏପରି ପରିସ୍ଥିତି ଲାଗି ରହିଲେ ଆଗମୀ ୨୦୨୪ରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବ । ଝାରସୁଗୁଡା ବିଧାନସଭା ଉପ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମାପ୍ତ ହୋଇସାରିଛି । ଖୁବଶୀଘ୍ର ନାମ ଘୋଷଣା ହେବ ।’’

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ତରଫରୁ ହେଉଥିବା ନଦୀ ଉତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଗ ଦେବା ସହିତ କର୍ମୀମାନଙ୍କ ସହିତ ସାଙ୍ଗଠନିକ ବୈଠକ କରିଥିଲେ । ଗସ୍ତ ସମୟରେ ଜିଲ୍ଲାର ବେତନଟୀ ଓ ବୈଶିଙ୍ଗା ଆଦି ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡ଼ଃ ବୁଢ଼ାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜିଲ୍ଲା ଉପ ସଭାପତି କବି ବିଷ୍ଣୁ ଶତପଥୀ ପ୍ରମୁଖ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details