ଓଡିଶା

odisha

ETV Bharat / state

ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସଂସଦରେ ବିଶେଶ୍ବରଙ୍କ ଦାବି

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ରୂପରେଖ ଚୂଡାନ୍ତ ହେବାର 42 ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନି । କାମ ଶୀଘ୍ର ପୁରା କରିବାକୁ ଦାବି କରିଛନ୍ତି ବିଜେପି ସାଂସଦ ବିଶେଶ୍ବର ଟୁଡୁ । ଅଧିକ ପଢନ୍ତୁ...

ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସଂସଦରେ ବିଶେଶ୍ବରଙ୍କ ଦାବି
ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସଂସଦରେ ବିଶେଶ୍ବରଙ୍କ ଦାବି

By

Published : Sep 23, 2020, 10:32 PM IST

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ରୂପରେଖ ଚୂଡାନ୍ତ ହେବାର 42 ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନି । ତେବେ ଲୋକଙ୍କ କଷ୍ଟକୁ ଆଖି ଆଗରେ ରଖି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ସଂସଦରେ ଦାବି ଜଣାଇଛନ୍ତି ମୟୂରଭଞ୍ଜର ସାଂସଦ ତଥା ବିଜେପି ନେତା ବିଶେଶ୍ବର ଟୁଡୁ ।

ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସଂସଦରେ ବିଶେଶ୍ବରଙ୍କ ଦାବି

ସାଂସଦ ବିଶେଶ୍ବର ଟୁଡୁ କହିଛନ୍ତି, ଝାଡଖଣ୍ଡ ଓ ଓଡିଶାକୁ ସଂଯୋଗ କରୁଥିବା ସୁବର୍ଣ୍ଣରେଖା ପ୍ରକଳ୍ପ କାର୍ଯ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯେଉଁମାନେ ଏହି ପ୍ରକଳ୍ପ ଯୋଗୁଁ ଜମି ହରାଇଥିଲେ ସେମାନଙ୍କୁ ମଧ୍ୟ ଥଇଥାନ କରାଯାଇନାହିଁ । ତେଣୁ କାମ ଶୀଘ୍ର ପୁରା କରିବାକୁ ଦାବି କରିଛନ୍ତି ବିଶେଶ୍ବର ।

ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ରୂପରେଖ ୧୯୭୮ ମସିହାରେ ଚୂଡ଼ାନ୍ତ ହୋଇଥିଲା । ଇତିମଧ୍ୟରେ ୪୨ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଲାନି । ଏହି ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ, ବାଲେଶ୍ବର ଜିଲାର ୧ ଲକ୍ଷ ୯ ହଜାର ହେକଟର ଜମି ଜଳସେଚିତ ହେବ ବୋଲି ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details