ଓଡିଶା

odisha

ETV Bharat / state

ଗାଡି ସାଇଡ କରିବା ନେଇ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା

ଗାଡି ସାଇଡ କରିବାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ...

ଗାଡି ସାଇଡ କରିବାକୁ ନେଇ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା
ଗାଡି ସାଇଡ କରିବାକୁ ନେଇ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା

By

Published : Jun 6, 2021, 10:15 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ବର୍ବର କାଣ୍ଡ । ଗାଡି ସାଇଡ କରିବାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା । ମୃତକ ବିଜେପିର ଯୁବମୋର୍ଚ୍ଚା ବାଲେଶ୍ବର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ । ଗତକାଲି(ରବିବାର) ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ ।

ଗାଡି ସାଇଡ କରିବାକୁ ନେଇ ବିଜେପି ନେତାଙ୍କୁ ପିଟିପିଟି ହତ୍ୟା

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବିଜେପିର ଯୁବମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ ନିଜ ଶ୍ୱଶୁର ଘର କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳକୁ ଆସିଥିଲେ । ନିଜ ଶ୍ୱଶୁର ଘର ସମ୍ମୁଖରେ ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟପାର୍ଶ୍ବକୁ କାର ନେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଚାରି ଜଣ ଯୁବକ ଦୁଇ ଗୋଟି ବାଇକରେ ଆସି ହଠାତ୍ କାରକୁ ଅଟକାଇ ଥିଲେ । ଏଥିସହ ଗାଡି ଇଣ୍ଡିକେଟର ନ ମାରି ଗାଡି ସାଇଡ଼କୁ ନେଇ କାର ଭିତରୁ ରଞ୍ଜିତଙ୍କୁ ଘୋଷାଡି ଆଣି ଅତି ନିର୍ଦ୍ଦୟ ଭାବେ ବାଡେଇବାକୁ ଲାଗିଥିଲେ । ସେମାନଙ୍କ ମାଡରେ ରଞ୍ଜିତଙ୍କୁ ଗୁରୁତର ହୋଇ ଅଚେତ ହୋଇଯାଇଥିଲେ । ଏହାପରେ ଚାରି ଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇବା ପରେ ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ପଦାକୁ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ ।

ସାମାନ୍ୟ ଗାଡି ସାଇଡ ମରାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାବେଳେ ଏହି ଘଟଣାରେ ରାତି ମଧ୍ୟରେ କପ୍ତିପଦା ପୋଲିସ୍ ତିନି ଜଣ ଯୁବକଙ୍କୁ ଉଠାଇ ଥାନାରେ ଅଟକ ରଖିଛି । ଏହାସହ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details