ବାରିପଦା: ବିଜେଡି ଫୋକସରେ ମୟୂରଭଞ୍ଜ ଜିଲ୍ଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ 2019 ସାଧାରଣ ନିର୍ବାଚନ ଉଭୟରେ ବିଜେଡିର ବିଫଳତା ପରେ ବିଜେଡିକୁ ଘାରିଛି ସଙ୍ଗଠନ ଚିନ୍ତା। ବିଜେଡି କବଜାରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ଦଳର ଖରାପ ପ୍ରଦର୍ଶନ ପରେ ସଙ୍ଗଠନ ଦୃଢ କରିବାକୁ ପ୍ରୟାସ ଆରମ୍ଭ କରିଛି ଦଳ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ନୂତନ ଭାବେ ଯାଜପୁର ବିଧାୟକ ପ୍ରଣବ କିଶୋର ଦାସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛନ୍ତି। ଶନିବାର ବିଜେଡି ପକ୍ଷରୁ ବାରିପଦା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।