ଓଡିଶା

odisha

ETV Bharat / state

‘ଫନି’ ସହାୟତା ପାଇଁ ହିତାଧିକାରୀଙ୍କ ମାଷ୍ଟର ପ୍ଲାନ - peoples

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁରେ ‘ଫନି’ ସହାୟତା ପାଇବା ପାଇଁ ଆଗୁଆ ଘର ଭାଙ୍ଗିଲେ ହିତାଧିକାରୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୁରଭଞ୍ଜ

By

Published : May 10, 2019, 2:34 PM IST

ମୟୁରଭଞ୍ଜ: ବାତ୍ୟା ଫନି ପ୍ରଭାବ ସାରା ରାଜ୍ୟରେ ପଡିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁରେ ଫନି ଆଗରୁ ଏହାର ପ୍ରଭାବ ପଡିଛି । କଥାଟା ଟିକେ ଅଖାଡୁଆ ଲାଗିଥାଇପାରେ କିନ୍ତୁ ପ୍ରକୃତରେ ଏହା ସତ ଅଟେ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁରେ ଫନି ଆଗରୁ ପ୍ରଭାବ ପଢିଥିବାର ଦେଖିବାକୁ ମିଳିଥିଲା । ଆଉ ଏହି ପ୍ରଭାବ ବାତ୍ୟା ଫନି ନୁହେଁ ବରଂ ନିଜେ ଛାତନା ଗାଁର ହିତାଧିକାରୀ ପକାଇଥିଲେ ।

ସୂଚନା ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଛାତନା ଗାଁର ହିତାଧିକାରୀମାନେ ସରକାରଙ୍କ ଠାରୁ ବିଜୁ ପକ୍କା ଘର ଯୋଜନାରେ ଗୃହ ନିର୍ମାଣ କରିଥିଲେ । କିନ୍ତୁ ବାତ୍ୟା ଫନି ପରେ ସରକାରଙ୍କଠାରୁ ଫାଇଦା ନେବାପାଇଁ ପଛଘୁଞ୍ଚା ଦେଇନାହାଁନ୍ତି ଏହି ହିତାଧିକାରୀ । ଯାହାଫଳରେ ‘ଫନି’ ସହାୟତା ପାଇବା ପାଇଁ ଆଗୁଆ ନିଜ ଘର କବାଟ ଝରକା ଖୋଲିବା ସହ ଆଦବେଷ୍ଟର ବି କାଢିନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୁରଭଞ୍ଜ

ଏପଟେ ଏହି ଘଟଣା ଜାଣିବା ପରେ ଘଟଣାର ତଦନ୍ତ କରାଯିବା ନେଇ କହିଛନ୍ତି ରାସଗୋବିନ୍ଦପୁର ବ୍ଲକର ବିଡିଓ ଲଳିତ କୁମାର ସୋରେନ । ଏଥିସହ ପରବର୍ତ୍ତୀ ସମୟରେ ହିତାଧୀକାରୀ ଘର ପାଇଁ ଆବେଦନ କଲେ ଆଉ ଘର ଦିଆଯିବ ନାହିଁ ବୋଲି କହିଛନ୍ତି ସେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details