ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଖଣିଜ ସମ୍ପଦ ଚୋରା ଚାଲାଣ । ବାଲି, ପଥର ସାଙ୍ଗକୁ ମୂଲ୍ୟବାନ ଗଛର ଚୋରା ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି ଚାଲାଣକାରୀ । ମାତ୍ର ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରିଛି ଯୁବଛାତ୍ର ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା । ଏଣୁ ସଙ୍ଗଠନ ପକ୍ଷରୁ ଏହି ଚୋରା ଚାଲାଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଖଣିଜ ସମ୍ପଦ ଚୋରା ଚାଲାଣ ବିରୋଧରେ ଭଞ୍ଜସେନାର ବିକ୍ଷୋଭ - ଭଞ୍ଜସେନାର ବିକ୍ଷୋଭ
ବେଆଇନ ଖଣିଜ ସମ୍ପଦ ଓ ମୂଲ୍ୟବାନ ଗଛ ଚୋରା ଚାଲାଣକୁ ବିରୋଧ କରି ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଅଧିକ ପଢନ୍ତୁ...
ଖଣିଜ ସମ୍ପଦ ଚୋରା ଚାଲାଣ ବିରୋଧରେ ଭଞ୍ଜସେନାର ବିକ୍ଷୋଭ
ଜିଲ୍ଲାରେ ପ୍ରତ୍ୟେକ ଦିନ ବିଭିନ୍ନ ନଦୀରୁ ବେଆଇନ ଭାବେ ବାଲି ପଡୋଶୀ ରାଜ୍ୟକୁ ଚାଲାଣ ହେଉଥିବାବେଳେ ଶିମିଳିପାଳ ଅଭୟାରଣ୍ୟରୁ ମୂଲ୍ୟବାନ ଗଛ ସହ ପାହାଡରୁ ପଥର ଓ ମୋରମ ବେଆଇନ ଭାବେ ଚାଲାଣ କରାଯାଉଥିବା ସଙ୍ଗଠନ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଭଞ୍ଜସେନା ସଙ୍ଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଅତିରିକ୍ତ ଜିଲ୍ଲାପାଳଙ୍କୁ 5 ଦଫା ଦାବି ପତ୍ର ପ୍ରଦାନ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ