ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ 5 ଜଣଙ୍କୁ ଲହୁଲୁହାଣ କଲା ଭାଲୁ

ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା କୁଇଲିପାଳ ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । 5 ଜଣ ଯୁବକଙ୍କୁ ଆକ୍ରମଣ କରିଛି ଭାଲୁ ।

By

Published : Aug 22, 2019, 9:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଭାଲୁ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବାବେଳେ 3 ଆହତ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା କୁଇଲିପାଳ ଗାଁରେ । ଗୁରୁବାର ଗ୍ରାମର କିଛି ଯୁବକ ପୋଖରୀକୁ ଯାଉଥିବା ବେଳେ ହଠାତ୍ ଏକ ବୁଦା ମୂଳରୁ ଭାଲୁ ବାହାରି ଆକ୍ରମଣ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଏହି 5 ଜଣ ଯୁବକଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଇଥିଲେ ।

2 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି । ଭାଲୁ ଆକ୍ରମଣରେ ଗୁରୁତର ଯୁବକ ମାନେ ହେଲେ କୁଇଲିପାଳ ଗ୍ରାମର ମଙ୍ଗଲୁ ସୁଣ୍ଡି ,ଗୁରା ପୂର୍ତ୍ତି, ଜଗବନ୍ଧୁ ପୂର୍ତ୍ତି ଓ ସାନ ସିଂ ।

ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ବିଷୟରେ ବୁଝିଥିଲେ ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details