ଓଡିଶା

odisha

ETV Bharat / state

ଗୋରୁ ଖୋଜିବାକୁ ଯାଇ ଭାଲୁ ହାବୁଡରେ ଦାମ, ତାଡି ନେଲା ଆଖି - Bear attack in mayurbhanj

ଭାଲୁ ଆକ୍ରମଣ କରି ତାଡ଼ିନେଲା ଆଖି, ଗୁରୁତର ଅବସ୍ଥାରେ ଦାମ ଟୁଡୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

Bear attack
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Dec 21, 2019, 12:15 PM IST

ବାରିପଦା: ଗୋରୁ ଖୋଜିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଆକ୍ରମଣ ସମୟରେ ଯୁବକଙ୍କ 2ଟି ଆଖି ତାଡି ନେଇଛି ଭାଲୁ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ କଟରା ସାହିଗାଁରେ ।

ସୂଚନାମୁତାବକ, ଯୁବକ ଜଣକ ହେଲେ କଟରା ସାହି ଗାଁର ଦାମ ଟୁଡୁ । ଶୁକ୍ରବାର ସନ୍ଧ୍ୟାରେ ଦାମ ଘର ପଛପଟ ବାଡିକୁ ଗୋରୁ ଖୋଜିବାକୁ ଯାଇଥିବାବେଳେ ଭାଲୁ ହାବୁଡରେ ପଡିଯାଇଥିଲେ । ଭାଲୁ ଦାମଙ୍କ ମୁହଁକୁ ଆକ୍ରମଣ କରିଥିବାବେଳେ ତାଙ୍କର ଦୁଇ ଆଖି ତାଡି ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଦାମଙ୍କ ପାଟି ଶୁଣି ପରିବାର ଲୋକେ ଦାମଙ୍କୁ ଭାଲୁ କବଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details