ଓଡିଶା

odisha

ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦାବିରେ ଦୀପଦାନ - ଦ୍ବିତୀୟ ଶ୍ରୀକ୍ଷେତ୍ର

ମୟୂରଭଞ୍ଜରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା କରିବା ପାଇଁ ଦାବି କରି ଦୀପ ଦାନ କରିଛନ୍ତି ବାରିପଦାବାସୀ । ଅଧିକ ପଢନ୍ତୁ...

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଦାବିରେ ବାରିପଦାବାସୀଙ୍କ ଦୀପଦାନ
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଦାବିରେ ବାରିପଦାବାସୀଙ୍କ ଦୀପଦାନ

By

Published : Jun 11, 2021, 7:44 PM IST

ବାରିପଦା: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି । ରାଜ୍ୟରେ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ରଥଯାତ୍ରାକୁ ବାରଣ କରିବା ପରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରିବା ପାଇଁ ବାରିପଦାବାସୀ ଦୀପ ଜାଳି ଦାବି କରିଛନ୍ତି ।

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଦାବିରେ ବାରିପଦାବାସୀଙ୍କ ଦୀପଦାନ

ରାଜ୍ୟରେ କୋରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବା ପରେ ମଧ୍ୟ ସରକାର ଜନଗହଳି ପାଇଁ ବାରଣ କରିଛନ୍ତି । ରଥଯାତ୍ରାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହିତ କେବଳ ପୁରୀ ବ୍ୟତୀତ ଅନ୍ୟ ମନ୍ଦିରରେ ରଥଯାତ୍ରା ନ କରିବା ପାଇଁ ଗୁରୁବାର ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

କିନ୍ତୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ଦାବି କରି ଶୁକ୍ରବାର ମନ୍ଦିର ସମ୍ମୁଖରେ ଦୀପ ଦାନ କରିଛନ୍ତି ଆନ୍ଦୋଳନକାରୀ ଶ୍ରଦ୍ଧାଳୁ । ରାଜ୍ୟ ସରକାର ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ଅନୁମତି ଦିଅନ୍ତୁ ବୋଲି ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details