ଓଡିଶା

odisha

ETV Bharat / state

‘ବାରିପଦାରେ ପାନୀୟ ଜଳ ସମସ୍ୟା ଦୂର ହେବ’

ନିର୍ବାଚନରେ ବିଜୟୀ ହେଲେ ବାରିପଦାରେ ପାନୀୟ ଜଳ ସମସ୍ୟା ଦୂର କରିବେ ବୋଲି ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ନେତାଙ୍କୁ ପାଞ୍ଚଟି ପ୍ରଶ୍ନ’ରେ ସାମିଲ ହୋଇ କହିଛନ୍ତି ବିଜେପିର ବାରିପଦା ବିଧାନସଭା ପ୍ରାର୍ଥୀ ପ୍ରକାଶ ସରେନ ।

By

Published : Apr 25, 2019, 2:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଜୋରଦାର ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଭୋଟ ହାତେଇବା ପାଇଁ ଭୋଟରଙ୍କ ଉପରେ ମାଳ ମାଳ ପ୍ରତିଶୃତି ଲଦି ଦେଉଛନ୍ତି । ଡୋର-ଟୁ-ଡୋର କ୍ୟାମ୍ପେନ ସାଙ୍ଗକୁ ଦିନରାତି ଏକ କରି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ତେବେ ରାଜନୈତିକ ଦୃଷ୍ଟିକୋଣରୁ ମୟୂରଭଞ୍ଜର ବାରିପଦା ଆସନ ବେଶ୍ ଗୁରୁତ୍ବପୂର୍ଣ୍ଣ ବହନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଦୀର୍ଘଦିନ ଧରି ବାରିପଦା ଆସନଟି ବିଜେଡି ଅକ୍ତିଆରରେ ରହିଛି । ଚଳିତ ନିର୍ବାଚନରେ ବାରିପଦା ଆସନକୁ ଅକ୍ତିଆର କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ବିଜେପି ପ୍ରାର୍ଥୀ ପ୍ରକାଶ ସରେନ ।

ଯଦି ପ୍ରକାଶ ନିର୍ବାଚନୀ ବୈତରଣୀ ପାର୍ କରନ୍ତି । ତାହାଲେ ବାରିପଦାବାସୀଙ୍କ ପାଇଁ କଣ ରହିବ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ? ବିକାଶ ଉପରେ ଗୁରୁତ୍ବ ଦେବେ ନା ମୌଳିକ ସମସ୍ୟା ସମାଧାନ କରିବା ଉପରେ ଫୋକସ୍‌ କରିବେ । ଏନେଇ ସେ ଇଟିଭି ଭାରତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ନେତାଙ୍କୁ ପାଞ୍ଚଟି’ରେ ସାମିଲ ହୋଇ ବିସ୍ତୁତ ଆଲୋଚନା କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରକାଶ ସରେନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details