ଓଡିଶା

odisha

ETV Bharat / state

ବାରିପଦାରେ ସମ୍ପନ୍ନ ହେଲା ବାହୁଡା ଯାତ୍ରା

ଓଡିଶାର ଦ୍ବିତୀୟ ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ବାହୁଡା ଯାତ୍ରା । ମାଆ ସୁଭଦ୍ରାଙ୍କ ରଥକୁ ଟାଣିଲେ କେବଳ ମହିଳା ଶ୍ରଦ୍ଧାଳୁ ।

By

Published : Jul 14, 2019, 8:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଓଡିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ ପ୍ରସିଦ୍ଧ ବାହୁଡା ଯାତ୍ରା ରବିବାର ଶେଷ ହୋଇଛି । ରଥଯାତ୍ରା ପରି ବାହୁଡା ଯାତ୍ରା ମଧ୍ୟ ଦୁଇଦିନ ଧରି ଅନୁଷ୍ଠିତ ହୋଇଛି । ବାହୁଡା ଲାଗି ବାରିପଦା ବଡଦାଣ୍ଡ ଲୋକାରଣ୍ୟ ହୋଇଛି ।

ଉତ୍କଳୀୟ ସଂସ୍କୃତିର ପରିଚୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଏ ହେଉଛି ପ୍ରସିଦ୍ଧ ବାହୁଡା ଯାତ୍ରା । ଏହି ନିଆରା ପରମ୍ପରାକୁ ନେଇ ବାରିପଦାରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାଉସୀ ମାଆ ଘରେ ଦୀର୍ଘ ୯ ଦିନର ରହଣି ଘରେ ତିନି ଠାକୁର ନିଜ ଆସ୍ଥାନକୁ ବାହୁଡିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ବାରିପଡାର ବାହୁଡା ଯାତ୍ରାରେ ସବୁଠାରୁ ବଡ ଆକର୍ଷଣ ହେଲା ଦେବୀ ସୁଭଦ୍ରାଙ୍କ ରଥଟଣା । ପରମ୍ପରା ଅନୁଯାୟୀ ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ସୌଭାଗ୍ୟ ପାଇଥାନ୍ତି । ଜିଲ୍ଲା ବାହାରୁ ମଧ୍ୟ ଏଥିପାଇଁ ମହିଳାମାନେ ଆସିଥାନ୍ତି ।

ଅନ୍ୟପଟେ ସଂସ୍କୃତ ସମ୍ପନ୍ନ ଏହି ମହାନ ପାରମ୍ପରିକ କାର୍ଯ୍ୟକ୍ରମରେ କିଛିଟା ନିଆରା ପରମ୍ପରା ଦେଖିବାକୁ ମିଳେ । ବାରିପଦାର ରଥ ଖଳା ବଡ ନଥିବାରୁ ଦକ୍ଷିଣ ମୋଡ କରାଯାଇପାରେନାହିଁ । ସେଥିପାଇଁ ରଥଯାତ୍ରା ସମୟରେ ପ୍ରଥମେ ବଡଭାଇ ବଳଭଦ୍ରଙ୍କ ରଥ ଆଗରେ ଥିବାବେଳେ ବାହୁଡାଯାତ୍ରା ସମୟରେ ସାନଭାଇ ଜଗନ୍ନାଥ ପ୍ରଥମେ ଶ୍ରୀମନ୍ଦିର ନିକଟକୁ ଯାଇଥାନ୍ତି ।

ଗତ ଶନିବାର ବାହୁଡାଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ରଥ ପ୍ରଥମେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିନେଇ ଅଧାବାଟରେ ପହଞ୍ଚାଇଥିଲେ । ରବିବାର ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଅଧବାଟରୁ ଟାଣି ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚାଇବା ପରେ ଭକ୍ତମାନେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଟାଣି ଜଗନ୍ନାଥ ମନ୍ଦିରରେ ପହଞ୍ଚାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details