ଓଡିଶା

odisha

ETV Bharat / state

ପୋଲିସ ବାଉଳା: ନିର୍ଦ୍ଦୋଷଙ୍କୁ ଜେଲ୍‌ ପଠାଇ ଥାନା ଅଧିକାରୀ ନିଲମ୍ବିତ

କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ବଧୂହତ୍ୟା ନେଇ ସ୍ବାମୀ ଓ ଶ୍ବଶୂରଙ୍କ ଗିରଫ କରିବା ପରେ ବଧୂ ଜୀବନ୍ତ ଉଦ୍ଧାର ଘଟଣା । ନିର୍ଦ୍ଦୋଷଙ୍କ ଗିରଫଦାରୀ ଘଟଣାରେ ଶେଷରେ ନିଲମ୍ବିତ ହୋଇଛଲନ୍ତି ବାଦାନପାହାଡ ଥାନା ପୂର୍ବତନ ଥାନାଧିକାରୀ ଶଶଧର ସେଠୀ ।

By

Published : Aug 30, 2019, 11:14 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ବଧୂହତ୍ୟା ନେଇ ସ୍ବାମୀ ଓ ଶ୍ବଶୂରଙ୍କ ଗିରଫ କରିବା ପରେ ବଧୂ ଜୀବନ୍ତ ଉଦ୍ଧାର ଘଟଣା । ଘଟଣାରେ ସ୍ବାମୀ ଓ ଶ୍ବଶୂରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ବାଦାମପାହାଡ ପୋଲିସ । ପରେ କୋର୍ଟରୁ ରାଇରଙ୍ଗପୁର ଉପ କାରାଗାରକୁ ମଧ୍ୟ ପଠାଇଥିଲା ପୋଲିସ । ତେବେ ନିର୍ଦ୍ଦୋଷଙ୍କ ଗିରଫଦାରୀ ଘଟଣାରେ ଶେଷରେ ନିଲମ୍ବିତ ହୋଇଛନ୍ତି ବାଦାନପାହାଡ ଥାନା ପୂର୍ବତନ ଥାନାଧିକାରୀ ଶଶଧର ସେଠୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପ୍ରକାଶ ଯେ ଜୁଲାଇ 27 ତାରିଖରେ ବାଦାମପାହାଡ ଥାନା ଅଧିକାରୀ ଶଶଧର ସେଠୀ ବଧୂ ରାଇମଣୀଙ୍କୁ ନେଇ କୋର୍ଟ ବୟାନ ରେକର୍ଡ କରାଇଥିଲେ । ଫଳରେ ଜେଲ୍‌ରୁ ରାଇମଣୀଙ୍କ ସ୍ବାମୀ ଓ ଶ୍ବଶୂର 28 ତାରିଖରେ ମୁକୁଳିଥିଲେ । ତେବେ ବିନା ଦୋଷରୁ ରାଇମଣୀଙ୍କ ସ୍ବାମୀ ଓ ଶ୍ବଶୂରଙ୍କୁ ଗିରଫ କରିବାର ପୁରସ୍କାର ସ୍ବରୂପ ଥାନା ଅଧିକାରୀଙ୍କୁ ବାରିପଦା ପୋଲିସ ହେଡ କ୍ବାର୍ଟରକୁ ବଦଳି କରାଯାଇଥିଲା ।

ଏହାପରେ ନୂତନ ଭାବେ ମୟୂରଭଞ୍ଜ ଜିଲ୍ଲାରେ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ଘଟଣାର ତଦନ୍ତ । ଫଳରେ ବାଦାମପାହାଡ ଥାନାର ପୂର୍ବତନ ଥାନା ଅଧିକାରୀ ଶଶଧର ସେଠୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details