ଓଡିଶା

odisha

ETV Bharat / state

ମା' କ୍ଷୀର ନପାଇ ଆଖି ବୁଜିଲା ଛୁଆହାତୀ - baby elephant died in rairangpur

ମୟୂରଭଞ୍ଜ ଜିଲ୍ଲା ବିଶୋଇ ରେଞ୍ଜ ସରଗଡା ଫରେଷ୍ଟ ବିଟ୍ ଅନ୍ତର୍ଗତ ଟୁଙ୍ଗୁର ରିଜର୍ଭ ଜଙ୍ଗଲରେ ଏକ ହାତୀ ଶାବକ ଜନ୍ମଗ୍ରହଣ କରିଥିବା ଖବର ପାଇ ବିଶୋଇ ବନବିଭାଗ ଉଦ୍ଧାର କରି ବିଶୋଇ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିବାବେଳେ ଆଜି ହାତୀଛୁଆଟି ଆଖି ବୁଜିଛି ।

ଆଖି ବୁଜିଲା ଛୁଆହାତୀ
ଆଖି ବୁଜିଲା ଛୁଆହାତୀ

By

Published : Feb 16, 2021, 7:01 PM IST

ରାଇରଙ୍ଗପୁର: ଶେଷରେ ଆଖି ବୁଜିଲା ହାତୀ ଶାବକ। ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଛୁଆହାତୀଟି ଚିକିତ୍ସାଧିନ ଅବସ୍ଥାରେ ଆଜି(ମଙ୍ଗଳବାର) ଆଖି ବୁଜିଛି । ମୟୂରଭଞ୍ଜ ବିଶୋଇ ରେଞ୍ଜ ସରଗଡା ଫରେଷ୍ଟ ବିଟ୍ ଅନ୍ତର୍ଗତ ଟୁଙ୍ଗୁର ରିଜର୍ଭ ଜଙ୍ଗଲରେ ଏକ ହାତୀ ଶାବକ ଜନ୍ମଗ୍ରହଣ କରିବା ଖବର ପାଇ ବନବିଭାଗ ଉଦ୍ଧାର କରି ବିଶୋଇ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ପାଞ୍ଚ ଟିକିଆ ହାତୀପଲ ଥିବାବେଳେ ସେଠାରେ ଏହି ହାତୀ ଛୁଆଟି ଜନ୍ମଗ୍ରହଣ କରିଥିଲା।

ଆଖି ବୁଜିଲା ଛୁଆହାତୀ

ତେବେ ହାତୀପଲ ସହ ମା' ହାତୀ ଶାବକଟିକୁ ଏକା ଛାଡି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା। ହାତୀ ଶାବକଟି ଅସୁସ୍ଥ ଥିବାରୁ ଚାଲି ନପାରି ହାତୀପଲ ସାଥିରେ ଯାଇ ନପାରି ସେହିଠାରେ ହିଁ ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିଲା। ଗତ 8ତାରିଖ ସୋମବାର ସକାଳୁ ବିଶୋଇ ବନବିଭାଗ ହାତୀ ଶାବକଟିକୁ ଉଦ୍ଧାର କରି ବିଶୋଇ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ।

ସେଠାରେ ହାତୀ ଶାବକର ଚିକିତ୍ସା ଜାରି ରହିଥିଲା। ବାରିପଦାରୁ ଏକ ଡାକ୍ତରୀଦଳ ହାତୀ ଶାବକର ଚିକିତ୍ସା ଜାରି ରଖିଥିବାବେଳେ ଏସଟିଆରର ରେସ୍କ୍ୟୁ ଟିମ୍ ମଧ୍ୟ ବିଶୋଇ ରେଞ୍ଜ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ମା' କ୍ଷୀରର ଅଭାବକୁ ଦୃଷ୍ଟିରେ ରଖି ଲାକ୍ଟୋଜେନ ଦିଆ ଯାଉଥିଲା କିନ୍ତୁ ସେଥିରେ ମଧ୍ୟ ଡିହାଇଡ୍ରେସନ ହେବାରୁ ପୁଣି ହାତୀ ଛୁଆଟିକୁ ସାଲାଇନ ଦିଆଯାଉଥିଲା।

ତେବେ ଖୁବଶିଘ୍ର ହାତୀ ଶାବକଟି ସୁସ୍ଥ ହୋଇଯିବ ବୋଲି ଆଶା କରାଯାଉଥିବା ବେଳେ ଆଜି(ମଙ୍ଗଳବାର) ମଧ୍ୟାହ୍ନ ୧.୩୦ ସମୟରେ ହାତୀ ଛୁଆଟିର ମୃତ୍ୟୁ ଘଟିଛି। ସେପଟେ ବ୍ୟବଚ୍ଛେଦ କରାଯିବା ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ ମୃତ ହାତୀଛୁଆଟିକୁ ପୋତି ଦିଆଯାଇଥିବା ବିଶୋଇ ରେଞ୍ଜର ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details