ଓଡିଶା

odisha

ETV Bharat / state

ଅଭିନବ ଉପାୟରେ ବିଦ୍ୟୁତ ସଞ୍ଚୟ ସଚେତନତା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତର ଅପବ୍ୟବହାର ଓ ବହୁ ବିଦ୍ୟୁତ ବିଲ ବକେୟା ରହିଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ଅଧିକ ଖବର ପଢନ୍ତୁ...

ଅଭିନବ ଉପାୟରେ ବିଦ୍ୟୁତ ସଞ୍ଚୟ ସଚେତନତା
ଅଭିନବ ଉପାୟରେ ବିଦ୍ୟୁତ ସଞ୍ଚୟ ସଚେତନତା

By

Published : Jan 14, 2020, 9:48 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତର ଅପବ୍ୟବହାର ଓ ବହୁ ବିଦ୍ୟୁତ ବିଲ ବକେୟା ରହିଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ନେସ୍କୋ ଏକ ଅଭିନବ ଉପାୟ ଅବଲମ୍ବନ କରିଛି ।

ଅଭିନବ ଉପାୟରେ ବିଦ୍ୟୁତ ସଞ୍ଚୟ ସଚେତନତା

ଏକ ଭ୍ରାମ୍ୟମାଣ ଗାଡ଼ିରେ ସଚେତନତା ସୃଷ୍ଟି କରି ଗାଁ ଠୁ ସହର ବୁଲି ବୁଲି ବିଭିନ୍ନ ଛକରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଦ୍ୟୁତ ସଞ୍ଚୟ କରିବା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଅନ୍ୟପଟେ ସଠିକ ସମୟରେ ଘରେ ବସି କିଭଳି ଅନଲାଇନ ମାଧ୍ୟମରେ ବିଲ ପୈଠ କରି ବିଦ୍ୟୁତ ଜନିତ ସମସ୍ୟାରୁ ମୁକ୍ତି ଓ ବିଦ୍ୟୁତ କାଟରୁ ନିବୃତ୍ତ ରହିପାରିବେ ସେ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି।

ତେବେ ନେସ୍କୋ ର ଏପରି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details