ଓଡିଶା

odisha

ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ପୌରପରିଷଦର ଉଚ୍ଛେଦ ପ୍ରକ୍ରିୟା

ରଥଯାତ୍ରାକୁ ଦୃଷ୍ଟିରେ ରଖି ବାରିପଦା ପୌରପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଛି ବାରିପଦା ପୌରପରିଷଦ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୁରଭଞ୍ଜ

By

Published : Jun 21, 2019, 9:37 AM IST

ମୟୂରଭଞ୍ଜ: ଆଗକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ବାରିପଦା ପୌରପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଗୁରୁବାର ବାରିପଦା ସହରର ମୁଖ୍ୟ ବଜାରରେ ପୌରପରିଷଦ ପକ୍ଷରୁ ଜବରଦଖଲ ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ସହରରେ ଜବରଦଖଲ କାରଣରୁ ଦୀର୍ଘ ଦିନରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନଥିଲା । ମାତ୍ର ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟକୁ ତୃରାନ୍ନିତ କରିଛି ବାରିପଦା ପୌରପରିଷଦ।

ପର୍ଯ୍ୟାୟକ୍ରମେ ଏହା ସହରର ସବୁଠି ହେବା ସହ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ପୌର ଅଧିକାରୀ । ଏହି ଉଚ୍ଛେଦ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details