ଓଡିଶା

odisha

ETV Bharat / state

ଛେଳି ଚରାକୁ ନେଇ ବାପ-ଝିଅକୁ ମରଣାନ୍ତକ ଆକ୍ରମଣ

ଛେଳି ଚରାଇବାକୁ ନେଇ ପଡୋଶୀର ମରଣାନ୍ତକ ଆକ୍ରମଣରେ ବାପ ଝିଅ ଗୁରୁତର ହୋଇଛନ୍ତି । ଏହାପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

By

Published : Jul 29, 2019, 5:23 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସାମାନ୍ୟ କଥାକୁ ନେଇ ପଡୋଶୀର ମରଣାନ୍ତକ ଆକ୍ରମଣ । ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ତେରଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଛେଳି ଚରାଇବାକୁ ନେଇ ପଡ଼ୋଶୀର ମରଣାନ୍ତକ ଆକ୍ରମଣରେ ବାପ ଝିଅ ଗୁରୁତର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏକ ସାମାନ୍ୟ କଥାକୁ ନେଇ ବଚସା ହେବା ପରେ ପଡୋଶୀ ଜଣକ ମରଣାନ୍ତକ ଆକ୍ରମଣ କରିଥିଲା । ପ୍ରଥମେ ଝିଅ ହାତକୁ କଟୁରୀରେ ହାଣି ବାପାଙ୍କୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡକୁ ହାଣିଛନ୍ତି ସେହି ଗ୍ରାମର ଜନୈକ ଯୁବକ । ଏହାପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

ଏହି ଆକ୍ରମଣରେ ଝିଅ କରିସ୍ମା ଓ ବାପା ବୁଧୁରାମ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରେ ସାମନ୍ୟ ଉତ୍ତେଜନା ଦେଖାଦେଇ ଥିବାରୁ ସେମାନଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେଁ ପ୍ରଥମେ ସୁକୁଳି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାବେଳେ ଖବର ପାଇ ରରୁଆଁ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ କାହାରିକୁ ଗିରଫ କରି ନଥିବା ବେଳେ ତଦନ୍ତ ଜାରି ରହିଛି ।


ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details