ଓଡିଶା

odisha

By

Published : Aug 18, 2020, 10:31 AM IST

ETV Bharat / state

ଲୁଟ ଉଦ୍ୟମ ବେଳେ ଜଳିଗଲା ଏଟିଏମ, ତଦନ୍ତ ଜାରି

ଜିଲ୍ଲାର ଉଦଳା ଷ୍ଟେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ ବେଳେ ଦୁର୍ବୃତ୍ତ ମାନେ ଗ୍ୟାସ କଟରରେ ଏଟିଏମ ଲୁଟ କରୁଥିବାବେଳେ, ଜଳିଗଲା ଏଟିଏମ। ଅଧିକ ପଢନ୍ତୁ...

ଲୁଟ ଉଦ୍ୟମ ବେଳେ ଜଳିଗଲା ଏଟିଏମ
ଲୁଟ ଉଦ୍ୟମ ବେଳେ ଜଳିଗଲା ଏଟିଏମ

ବାରିପଦା: ମୟୂରଭଞ୍ଜ ଉଦଳା କଲେଜ ରୋଡରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମରେ ଅଗ୍ନିକାଣ୍ଡ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ ଲୁଟ ଉଦ୍ୟମ ବେଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏଟିଏମ ଜଳୁଥିବା ଦେଖି ପୋଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମଙ୍ଗଳବାର ଘଟଣାସ୍ଥଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏଟିଏମରେ ପାଖାପାଖି ୨୦ ଲକ୍ଷ ଟଙ୍କା ମହଜୁଦ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁମାନ କରୁଥିବା ବେଳେ, କେତେ ଟଙ୍କା ଜଳିଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

ଲୁଟ ଉଦ୍ୟମ ବେଳେ ଜଳିଗଲା ଏଟିଏମ

ଅନ୍ୟପକ୍ଷରେ ଏଟିଏମରେ ଲାଗିଥିବା ସିସିଟିଭି ଓ ପୋଲିସର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଉଦଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କ୍ୟାସ ଅଫିସର କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details