ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ପିଆରଏମ ମେଡ଼ିକାଲ ସମ୍ମୁଖରେ ପ୍ରତିବାଦ - ପିଆରଏମ ମେଡ଼ିକାଲରେ ରୋଗୀ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ସମ୍ମୁଖରେ ମୃତକ ପରିବାର ପକ୍ଷରୁ ମୃତଦେହ ରଖି ପ୍ରତିବାଦ କରୁଛନ୍ତି। ଅଧିକ ପଢନ୍ତୁ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ପିଆରଏମ ମେଡ଼ିକାଲ ସମ୍ମୁଖରେ ପ୍ରତିବାଦ
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ପିଆରଏମ ମେଡ଼ିକାଲ ସମ୍ମୁଖରେ ପ୍ରତିବାଦ

By

Published : Nov 2, 2020, 10:36 AM IST

Updated : Nov 2, 2020, 11:21 AM IST

ବାରିପଦା: ରକ୍ତ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ । ବାରିପଦା ପିଆରଏମ୍ ହସ୍ପିଟାଲ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରୁଛନ୍ତି ପରିବାରଲୋକେ । ମୃତକ ଜଣଙ୍କ ହେଲେ ଶ୍ୟାମାଖୁଣ୍ଟା ବ୍ଲକ ସପନଚୁଆ ଗ୍ରାମର ସୁପ୍ରିୟା ପାତ୍ର।

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ପିଆରଏମ ମେଡ଼ିକାଲ ସମ୍ମୁଖରେ ପ୍ରତିବାଦ

ସୂଚନା ଅନୁସାରେ ଗତ ଶନିବାର ଦିନ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଡାକ୍ତର ରକ୍ତ ପାଇଁ ପରିବାର ଲୋକଙ୍କୁ କହିଥଲେ। ତେବେ ମୃତକର ପରିବାର ବାରମ୍ବାର ରକ୍ତ ଦେବା ପାଇଁ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ନୟାନ୍ତ ହୋଇ ଫେରୁଥିଲେ। କିନ୍ତୁ କର୍ତ୍ତୃପକ୍ଷଙ୍କ ଅବହେଳାରୁ ରକ୍ତ ଦିଆଯାଇନଥିବା ବେଳେ ଚିକିତ୍ସିତ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ମୃତକର ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଏନେଇ ମୃତକଙ୍କ ସମ୍ପର୍କୀୟ ମୃତଦେହକୁ ଧରି ବାରିପଦା ପିଆରଏମ୍ ହସ୍ପିଟାଲ ସମ୍ମୁଖରେ ଫାଟକକୁ ବନ୍ଦ ରଖି ଧାରଣାରେ ବସିଛନ୍ତି। ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ମୃତକଙ୍କ ପରିବାରକୁ ବୁଝାସୁଝା କରୁଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Nov 2, 2020, 11:21 AM IST

For All Latest Updates

ABOUT THE AUTHOR

...view details