ଓଡିଶା

odisha

By

Published : Dec 11, 2020, 11:50 AM IST

Updated : Dec 11, 2020, 12:13 PM IST

ETV Bharat / state

ବଳି ଦେବାକୁ ପିଲା ଚୋରି ଉଦ୍ୟମ ଅଭିଯୋଗ; ଘଟଣାସ୍ଥଳରେ ଉତ୍ତେଜନା, ଜଣେ ଗିରଫ

ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥ ଗୋଳା ପୋଲ ନିର୍ମାଣ କାର୍ଯ୍ୟରେ ନରବଳି ପାଇଁ ପିଲାଚୋରି ଅଭିଯୋଗ । କଳାବାଡ଼ିଆ ନିକଟ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ରେ ଉତ୍ତେଜନା । ଜଣେ କର୍ମଚାରୀ ଗିରଫ । ଅଧିକ ପଢନ୍ତୁ...

ପିଲା ଚୋରି
ପିଲା ଚୋରି

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ 18 ନମ୍ବର ଜାତୀୟ ରାଜପଥରେ ଗୋଳା ପୋଲ ନିର୍ମାଣ ହେଉଛି । ଗୋଳା ପୋଲ ନିର୍ମାଣ କରୁଛି ଇଫାଇବ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍, ହରିୟାଣାର କମ୍ପାନୀ । କଳାବାଡିଆ ଓ କୁଳିଅଣା ଠାରେ ପୋଲ ନିର୍ମାଣର କାମ ଆରମ୍ଭ କରିଛି।

ତେବେ ଗୁରୁବାର ଏହି କମ୍ପାନୀର କିଛି କର୍ମଚାରୀଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ନିର୍ମାଣ କାର୍ଯ୍ୟରେ ନରବଳି ପାଇଁ କିଛି କର୍ମଚାରୀ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥଖୁଣ୍ଟା ଗ୍ରାମବାସୀ । ଜଗନ୍ନାଥଖୁଣ୍ଟା ଗ୍ରାମର ଚାରୋଟି ନାବାଳକ ଓ ନାବାଳିକା ଘଟଣାସ୍ଥଳରେ କାନ୍ଦି କାନ୍ଦି ପୋଲିସକୁ ଏନେଇ ଦେଇଛନ୍ତି ବିସ୍ଫୋରକ ବୟାନ ।

ବଳି ଦେବାକୁ ପିଲା ଚୋରି ଉଦ୍ୟମ ଅଭିଯୋଗ; ଘଟଣାସ୍ଥଳରେ ଉତ୍ତେଜନା, ଜଣେ ଗିରଫ

କଳାବାଡିଆ ସମିତି ସଭ୍ୟ କଲିଆ ସହିତ ଗ୍ରାମବାସୀମାନେ ଚାରୋଟି ଛୁଆଙ୍କୁ ନରବଳି ଦେବା ପାଇଁ କମ୍ପାନୀ ଷ୍ଟାଫ ଷଡଯନ୍ତ୍ର କରିଥିବା ଲିଖିତ ଅଭିଯୋଗ କରିଛନ୍ତି । ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ଦୟାନିଧି ଦାସ ସହିତ ଡିଏସପି ଯଦୁନାଥ ଜେନା ପହଞ୍ଚି ଘଟଣାର ତଦନ୍ତ କରି କମ୍ପାନୀର ଷ୍ଟାପ୍‌ ହରିୟାଣାର ଜୟ ଭଗବାନ (60)କୁ ଗିରଫ କରିଛନ୍ତି ।

ତେବେ ବାଙ୍ଗିରିପୋଷି ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 11, 2020, 12:13 PM IST

ABOUT THE AUTHOR

...view details