ଓଡିଶା

odisha

ETV Bharat / state

ମୋବାଇଲ ଲାଇଟରେ +2 ଖାତା ଦେଖା ଘଟଣା: ପୁନଃ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ମୋବାଇଲ ଟର୍ଚ୍ଚରେ ଖାତା ଦେଖିଯାଇଥିବା ଖାତାର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

By

Published : May 17, 2019, 1:39 PM IST

Updated : May 17, 2019, 7:10 PM IST

ମୟୁରଭଞ୍ଜ: ପୁନଃ ଯାଞ୍ଚ ହେବ ଏମପିସି ଅଟୋନମସ କଲେଜର +୨ ପରୀକ୍ଷା ଖାତା । ମୟୁରଭଞ୍ଜରେ ବିଦ୍ୟୁତ୍ ସରବରାହ ନଥିବା କାରଣରୁ ଟର୍ଚ୍ଚରେ ଦେଖାହୋଇଥିଲା +୨ ପରୀକ୍ଷା ଖାତା । ତେଣୁ ଦେଖିଥିବା ଖାତାର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ


ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ମୟୁରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ଥିଲା । ଯେଉଁଥିପାଇଁ ପରୀକ୍ଷା ଖାତା ଦେଖା ସେଣ୍ଟରରେ ଖାତା ଦେଖୁଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ କିଛି ସମୟ ନିଜ ନିଜର ମୋବାଇଲ ଟର୍ଚ୍ଚରେ ଖାତା ଦେଖିଥିଲେ ।

ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ତେଣୁ ମୋବାଇଲ ଟର୍ଚ୍ଚରେ ଖାତା ଦେଖିଯାଇଥିବା ଖାତାର ପୁନଃ ଯାଞ୍ଚ ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତ କରିବାକୁ ସେଣ୍ଟର ସୁପରିଟେଣ୍ଡଣ୍ଟକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 17, 2019, 7:10 PM IST

ABOUT THE AUTHOR

...view details