ଓଡିଶା

odisha

ETV Bharat / state

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର ସିଲ୍ କଲା ପ୍ରଶାସନ

କୋଭିଡ ନିୟମ ଉଲ୍ଲଂଘନ କରି କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି । ଏନେଇ କଳିଙ୍ଗ ବିକାଶ କମ୍ପ୍ୟୁଟର କୋଚିଂ ସେଣ୍ଟର ଉପରେ ଉଭୟ କରଞ୍ଜିଆ ତହସିଲଦାର ଓ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି । ଅଧିକ ପଢନ୍ତୁ...

administration sealed computer coaching center on allegations of Covid violations
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର ସିଲ୍ କଲା ପ୍ରଶାସନ

By

Published : May 1, 2021, 5:18 PM IST

ରାଇରଙ୍ଗପୁର: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏଥିରେ ଅଗଣିତ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ଏହି ଭୟାବହ ପରିସ୍ଥିତିରେ ମଧ୍ୟ ଲୋକେ ଦାୟିତ୍ବହୀନ ଭାବେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ଗାଇଡ୍ ଲାଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି ।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ, କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର ସିଲ୍ କଲା ପ୍ରଶାସନ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବାବେଳେ କୋଭିଡ ନିୟମ ଉଲ୍ଲଂଘନ କରି କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି । ଏନେଇ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଏନଏସି ଛକରେ ଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର କୋଚିଂ ସେଣ୍ଟର ଉପରେ ଉଭୟ କରଞ୍ଜିଆ ତହସିଲଦାର ଓ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details