ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ 'ଆଦି ମାରାଥନ', ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ 'ଆଦି ମାରାଥନ' ଅନୁଷ୍ଠିତ, ଏହା ଆଦିବାସୀମାନଙ୍କ ସର୍ବାଙ୍ଗୀନରେ ସହାୟକ ହେବ । ଅଧିତ ପଢନ୍ତୁ

ମୟୂରଭଞ୍ଜରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ 'ଆଦି ମାରାଥନ', ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ
ମୟୂରଭଞ୍ଜରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ 'ଆଦି ମାରାଥନ', ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ

By ETV Bharat Odisha Team

Published : Sep 10, 2023, 10:28 PM IST

Updated : Sep 10, 2023, 10:47 PM IST

ମୟୂରଭଞ୍ଜରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ 'ଆଦି ମାରାଥନ', ସାମିଲ ହେଲେ ଗଣଶିକ୍ଷା ମନ୍ତ୍ରୀ

ରାଇରଙ୍ଗପୁର : ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ପଇଁ ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ଆଜି ଜିଲ୍ଲାର ସଦରମହକୁମା ବାରିପଦାଠାରେ 'ଆଦି ମାରାଥନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ବିକାଶ ଉଦ୍ଦେଶ୍ୟରେ ଆଦିବାସୀଙ୍କ ପାଇଁ 'ଆଦି ମାରାଥନ' କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବାରିପଦା ସ୍ଥିତ ଛଉ ପଡିଆଠାରୁ ମାରାଥନ ଆରମ୍ଭ କରାଯାଇଥିଲା । ଏହା ବାରିପଦା ସହର ପରିକ୍ରମା କରି ପୁନର୍ବାର ଛଉ ପଡିଆ ପାଖରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ...G-20 Summit: ଓଡିଶା ମିଲେଟ ମିଶନ ସଫଳତା ଜାଣିବ ସାରା ବିଶ୍ୱ, ମୟୂରଭଞ୍ଜର ଚାଷୀ ସୁବାସା ମହାନ୍ତ ବଖାଣିବେ ମାଣ୍ଡିଆ ଚାଷର ଅନୁଭୂତି

ମାରାଥନରେ ଅଂଶଗ୍ରହଣ କରିଥିବା ପୁରୁଷ ଓ ମହିଳା ବିଜେତା ମାନଙ୍କୁ ବିଭିନ୍ନ ଅକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଇଲେକ୍ଟ୍ରିକ୍ ସ୍କୁଟିରୁ ଆରମ୍ଭ କରି ସାଇକେଲ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ପୁରସ୍କାର ମାଧ୍ୟମରେ ବିଜେତାମାନଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଆଜିର ଆୟୋଜିତ ଏହି 'ଆଦି ମାରାଥନ'ରେ ୧୫ରୁ ୪୫ବର୍ଷ ବୟସ ମଧ୍ୟରେ ପୁରୁଷ ଓ ମହିଳାମାନେ ହଜାରହଜାର ସଂଖ୍ୟାରେ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ...G20 summit: ବିଭିନ୍ନ ରାଷ୍ଟ୍ରମୁଖ୍ଯଙ୍କ ପତ୍ନୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ୍‌ ଚାଷୀ

ଏହି 'ଆଦି ମାରାଥନ' କାର୍ଯ୍ୟକ୍ରମରକୁ ଶୁଭାରମ୍ଭ କରିଥିଲେ ମୟୂରଭଞ୍ଜ ଏସ୍‌ଡିସି ଚେୟାରମେନ୍‌ ଡ. ଦେବାଶିଷ ମାରାଣ୍ଡି ସମେତ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ କୁମାର ମାଝୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, ସଂଖ୍ୟା ଲଘୁ ଉନ୍ନୟନ ପରିଷଦର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା କମଳା ତିରିଆ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ନଗରପାଳ କୃଷ୍ଣା ନନ୍ଦ ମହାନ୍ତି, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ମୟୂରଭଞ୍ଜ ଏସପି ବି ଗଙ୍ଗାଧର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆଦିବାସୀ ସମାଜର ବିକାଶ ନିମନ୍ତେ ଓ ସେମାନଙ୍କର ସଂସ୍କୃତି ପରମ୍ପରା ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆଦି ମାରାଥନର ଆୟୋଜନ କରାଯାଇଥିଲା । ଆଦିବାସୀମାନେ କିଭଳି ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିବେ, ସେନେଇ ସରକାର ବହୁ ଜନକଲ୍ୟାଣ ଯୋଜନା ସବୁ କରୁଛନ୍ତି ।

ଇଟିଭି ଭାରତ,ମୟୂରଭଞ୍ଜ

Last Updated : Sep 10, 2023, 10:47 PM IST

ABOUT THE AUTHOR

...view details