ଓଡିଶା

odisha

ETV Bharat / state

ପୋଷ୍ଟାଲ ଇନ୍ସପେକ୍ଟର ନେଉଥିଲେ ଲାଞ୍ଚ, ବାନ୍ଧିଲା ସିବିଆଇ

ଲାଞ୍ଚ ନେଇ ଫସିଲେ ପୋଷ୍ଟାଲ ଇନ୍ସପେକ୍ଟର । ବିଲ ପାସ କରାଇବାକୁ ଯାଇ 15 ହଜାର ଟଙ୍କା ନେଉଥିବାବେଳେ ଗିରଫ କଲା ସିବିଆଇ । ଅଧିକ ପଢନ୍ତୁ...

By

Published : Jan 14, 2020, 10:27 PM IST

ପୋଷ୍ଟାଲ ଇନ୍ସପେକ୍ଟରକୁ ଗିରଫ କଲା ସିବିଆଇ
ପୋଷ୍ଟାଲ ଇନ୍ସପେକ୍ଟରକୁ ଗିରଫ କଲା ସିବିଆଇ

ରାଇରଙ୍ଗପୁର: 15 ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ଇନ୍ସପେକ୍ଟର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଷ୍ଟାଲ ସବ ଡିଭିଜିନାଲ ଇନ୍ସପେକ୍ଟର ସଞ୍ଜିତ ବେହେରାଙ୍କୁ ଗିରଫ କରିଛି ସିବିଆଇ । ରରୁଆଁ ବ୍ଲକ ଝାଡଗୁସ୍ତା ଜିପି ପୋଷ୍ଟାଲ ବ୍ରାଞ୍ଚ ମାଷ୍ଟର ସୁକାନ୍ତ ମହାକୁଡଙ୍କ ପାଖରୁ ଏକ ବିଲ ପାସ କରାଇବା ପାଇଁ ସେ ନେଇଥିଲେ ଲାଞ୍ଚ ।

ପୋଷ୍ଟାଲ ଇନ୍ସପେକ୍ଟରକୁ ଗିରଫ କଲା ସିବିଆଇ

ଅନ୍ୟପଟେ, ଅପରାହ୍ନ 4ଟାରୁ ଅଧିକାରୀଙ୍କ ଘର, ଅଫିସ ଓ ଶ୍ବଶୁର ଘରେ ଚଢାଉ ଜାରି ରଖିଛି ସିବିଆଇର ଏକ ଟିମ । ସଞ୍ଜିତ ବେହେରାଙ୍କ ନିଜ ବାସଭବନ ବିଜାତଳା ବ୍ଲକ ଜାମୁଡାଳି ଗାଁ ସହ ଶ୍ବଶୁର ଘର ଇଚିଣ୍ଡା ବାସଭବନରେ ମଧ୍ୟ ଚଢାଉ କରିଥିବା ସୂଚନା ରହିଛି । ଚଢାଉରେ ସିବିଆଇର 12 ଜଣିଆ ଟିମ ସାମିଲ ଅଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details