ବାରିପଦା: ମୟୂରଭଞ୍ଜରେ ଥମିବାର ନାଁ ଧରୁନି ହତ୍ୟା ଘଟଣା । କିଏ ପ୍ରେମ ପାଇଁ କାହାକୁ ନିର୍ମମ ହତ୍ୟା କରୁଥିବାବେଳେ କିଏ ଗୁଣି ଗାରେଡ଼ି ସନ୍ଦେହ କରି ଜୀବନ ନେଉଛି । ହେଲେ ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ମାନବିକତାର ସବୁ ସୀମା ଟପି ଯାଇଛି । ସାମାନ୍ୟ କେଇ ଖଣ୍ଡ କାଠ ପାଇଁ ଅତି ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ମଙ୍ଗଳବାର ମହୁଲଡିହା ଥାନା ଅନ୍ତର୍ଗତ ନଦା ଗ୍ରାମରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ସେହି ଗ୍ରାମର ନାରାୟଣ ପାତ୍ରଙ୍କୁ ତାଙ୍କ ପଡ଼ୋଶୀ ଗଜେନ୍ଦ୍ର ପାତ୍ର ଏବଂ ଦୁଇ ପୁଅ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।