ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଇ ପୁଣି ଜଣେ ଗିରଫ - ଶିମିଳିପାଳ ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଗିରଫ ହେଲ ଯୁବକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ନୋଟୋ ସଂରକ୍ଷିତ ଜଙ୍ଗଲରୁ ଯୁବକଙ୍କୁ ଗିରଫ କରିଛି କପ୍ତିପଦା ବନ ବିଭାଗ। ଅଧିକ ପଢ଼ନ୍ତୁ...

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଇ ପୁଣି ଜଣେ ଗିରଫ
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଇ ପୁଣି ଜଣେ ଗିରଫ

By

Published : Mar 16, 2021, 10:59 PM IST

ବାରିପଦା: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଗିରଫ ହେଲ ଯୁବକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ରେଞ୍ଜ ନୋଟୋ ସଂରକ୍ଷିତ ଜଙ୍ଗଲରୁ ଯୁବକଙ୍କୁ ଗିରଫ କରିଛି କପ୍ତିପଦା ବନ ବିଭାଗ। ତିନି ସପ୍ତାହରୁ ଅଧିକ ଦିନ ହେବ ଜଳୁଛି ଏସିଆର ଦ୍ବିତୀୟ ସର୍ବବୃହତ ଜଙ୍ଗଲ ଶିମିଳିପାଳ। କିଛିଦିନର ବର୍ଷା ପରେ ଅଭୟାରଣ୍ୟରେ ନିଆଁ ଲିଭୁଥିବା ବେଳେ ପୁଣି କିଛି ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି।

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଇ ପୁଣି ଜଣେ ଗିରଫ

ବନ୍ୟଜନ୍ତୁ ଶିକାର ପାଇଁ ଅଭୟାରଣ୍ୟରେ ନିଆଁ ଲଗାଉଛନ୍ତି ଶିକାରୀ। ଗିରଫ ଯୁବକଙ୍କ ନିକଟରୁ ଏକ ଦିଆସିଲି ଉଦ୍ଧାର କରିଛି ବନ ବିଭାଗ। ଗିରଫ ହୋଇଥିବା ଯୁବକ ଜଣକ ହେଲେ ବଡ଼ଝlଡ଼ ଗ୍ରାମର ମାନସ କୁମାର ସିଂ। ଯୁବକ ଜଣକ ଜଙ୍ଗଲରେ ନିଆଁ ଲଗାଉଥିବା କଥା ନେଇ ବନ ବିଭାଗ ଆଗରେ ସ୍ବୀକାର କରିଛି। ଅଧିକ ତଦନ୍ତ ପାଇଁ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ବନ ବିଭାଗ। ଏହାପୂର୍ବରୁ ମଧ୍ୟ ଜିଲ୍ଲା ବିଭିନ୍ନ ସ୍ଥାନରୁ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details