ଓଡିଶା

odisha

ETV Bharat / state

ଛେରାଟାଙ୍ଗର ଜଙ୍ଗଲରୁ ଶିକାରୀ ଗିରଫ, ଧନୁତୀର ଜବତ

ଛେରାଟାଙ୍ଗର ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀ ଗିରଫ । ଧନୁତୀର ଜବତ । ଅଧିକ ପଢନ୍ତୁ...

By

Published : Mar 13, 2021, 7:53 PM IST

a hunter arrested in mayurbhanj
ଶିକାରୀ ଗିରଫ, ଧନୁତୀର ଜବତ

ରାଇରଙ୍ଗପୁର : ଦିନକୁ ଦିନ ବଢିବାରେ ଲାଗିଛି ଅବାଧ ବନ୍ୟଜନ୍ତୁ ଓ ପକ୍ଷୀ ଶିକାର । ମୟୂରଭଞ୍ଜ ଛେରାଟାଙ୍ଗର ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ବନମାଳୀ ନାଏକ ବୋଲି ଜଣାପଡିଛି । ତାଙ୍କ ନିକଟରୁ ଧନୁତୀର ଜବତ କରାଯାଇଛି ।

ଶିକାରୀ ଗିରଫ, ଧନୁତୀର ଜବତ

ଏହି ଘଟଣାରେ ଅନ୍ୟ 6 ଜଣ ଫେରାର ଥିବା ଜଣାପଡିଛି । ଗିରଫ ବ୍ୟକ୍ତିଙ୍କୁ ଠାକୁରମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ରଖାଯାଇଛି । ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details