ଓଡିଶା

odisha

ETV Bharat / state

ବ୍ୟାଙ୍କ ସାମ୍ନାରୁ ଲୁଟିନେଲେ 90 ହଜାର, ଟେର ପାଉନି ପୋଲିସ - __loot in front of bank

ଦିନ ଦ୍ବିପ୍ରହରରେ ମହିଳାଙ୍କ ପାଖରୁ 90 ହଜାର ଲୁଟ। ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ଭଞ୍ଜପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚ ସମ୍ମୁଖରେ। ଅଧିକ ଖବର ପଢନ୍ତୁ...

loot in front of bank
ବ୍ୟାଙ୍କ ସାମ୍ନାରୁ ଲୁଟିନେଲେ 90 ହଜାର,ଟେର ପାଉନି ପୋଲିସ

By

Published : Dec 4, 2019, 8:39 PM IST

ବାରିପଦା: ଦିନ ଦ୍ବିପ୍ରହରରେ ବ୍ୟାଙ୍କ ସାମନାରୁ ଲୁଟ। ମହିଳାଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୯୦ ହଜାର ଟଙ୍କା। ଘଟଣା ଘଟିଛି ବାରିପଦା ଟାଉନଥାନା ଅନ୍ତର୍ଗତ ଭଞ୍ଜପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚ ସମ୍ମୁଖରେ। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ଯମୁନାଦେଇପୁର ଅଞ୍ଚଳର ଭାରତୀ ମହାନ୍ତ।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ନିଜ ଘର କାମ ପାଇଁ ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ମହିଳା ଜଣକ ଘରକୁ ଫେରୁଥିଲେ। ଏହି ସମୟରେ ମୁର୍ଗାବାଡି ପଟୁ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ସ୍ଥାନୀୟ ଯମୁନେଶ୍ବର ମନ୍ଦିର ନିକଟରୁ ତାଙ୍କ ହାତରୁ ଝାମ୍ପିନେଇ ଟାଉନ ଭିତରକୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ।

ବ୍ୟାଙ୍କ ସାମ୍ନାରୁ ଲୁଟିନେଲେ 90 ହଜାର,ଟେର ପାଉନି ପୋଲିସ

ମହିଳାଙ୍କ ଟଙ୍କା ବ୍ୟାଗ୍ ଭିତରେ ତାଙ୍କ ମୋବାଇଲ୍ ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ରହିଥିଲା। ଖବର ପାଇ ବାରିପଦା ଟାଉନଥାନା ପୋଲିସ ପହଞ୍ଚି ବ୍ୟାଙ୍କର ସିସିଟିଭି ଫୁଟେଜ ତଥା ଭାରତୀଙ୍କ ମୋବାଇଲ ନମ୍ବର ଆଧାରରେ ତଦନ୍ତ ଆରମ୍ଭ କରିଛି।

ଘଟଣାର 5 ଘଣ୍ଟା ପରେ ବି ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ଟେର ପାଇନି ପୋଲିସ। ଦିନକୁ ଦିନ ବାରିପଦା ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ପୋଲିସ ନୀରବ ଦ୍ରଷ୍ଟା ସାଜିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details