ରାଇରଙ୍ଗପୁର: ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ଆଉ 2 ଟି ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ହେବ ଚତୁର୍ଥ ପର୍ଯ୍ୟାୟରେ ମତଦାନ । ତେବେ ଏନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର ମୟୂରଭଞ୍ଜର ସାଂସଦ ପ୍ରାର୍ଥୀ ଡ. ଦେବାଶିଷ ମାରାଣ୍ଡି । ଜିଲ୍ଲାର ତିରିଂ ଗ୍ରାମରୁ ସେ ଆରମ୍ଭ କରିଛନ୍ତି ଦଳୀୟ ପ୍ରଚାର ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଇରଙ୍ଗପୁର ତେବେ ନିର୍ବାଚନ ଜିତିଲେ କେଉଁ ନେତା କଣ କରିବେ ସେନେଇ ଲୋକଙ୍କୁ ଦେଉଛନ୍ତି ଅନେକ ପ୍ରତିଶ୍ରୁତି । ‘ଇଟିଭି ଭାରତ'ର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ କରିବେ ସେ ନେଇ ମତ ପ୍ରକାଶ କରିଛନ୍ତି ଡ. ଦେବାଶିଷ ମାରାଣ୍ଡି।
ମୟୂରଭଞ୍ଜର ଉନ୍ନତି ଏବଂ ବିକାଶ ମୋର ସ୍ବପ୍ନ । ତେଣୁ ଜିଲ୍ଲାର ଉନ୍ନତି ଦିଗରେ କାର୍ଯ୍ୟ କରିବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ଡ. ଦେବାଶିଷ । ଏହା ସହିତ ଜିଲ୍ଲାର ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହା ବ୍ୟତିତ ସେ ରେଳବାଇ କ୍ଷେତ୍ରରେ ଉନ୍ନତିକରଣ, ସାଂସଦ ପାଣ୍ଠିର ସଦଉପଯୋଗ ଓ ଆଦିବାସୀଙ୍କ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ବିକାଶର ସ୍ଲୋଗାନ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଡ. ଦେବାଶିଷ ମାରାଣ୍ଡି ନିର୍ବାଚନୀ ବୈତରଣୀରେ ପାର ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ