ଓଡିଶା

odisha

ETV Bharat / state

‘ଗରିବୀ ହଟାଅ, ମୋରଡା ବଞ୍ଚାଅ’

ମୋରଡାରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଭୋଟରଙ୍କୁ ପ୍ରାର୍ଥୀ ଭେଟୁଥିବାବେଳେ ‘ଗରିବୀ ହଟାଓ, ମୋରଡା ବଞ୍ଚାଅ’ ସ୍ଲୋଗାନ ନେଇ ମତଦାତାଙ୍କ ମନ କିଣିବା ପାଇଁ ପ୍ରୟାସ କରୁଛନ୍ତି ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ।

By

Published : Apr 24, 2019, 10:20 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୁରଭଞ୍ଜ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋରଡା ନିର୍ବାଚନ ମଣ୍ଡଳୀରେ ଚାଲିଛି ଜୋରଦାର ପ୍ରଚାର । ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡାକୁ ହାତେଇବାକୁ ତିନି ପ୍ରମୁଖ ଦଳ ଚଳାଇଛନ୍ତି ପ୍ରୟାସ ।

ତେବେ ମୋରଡାରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଭୋଟରଙ୍କୁ ପ୍ରାର୍ଥୀ ଭେଟୁଥିବାବେଳେ ‘ଗରିବୀ ହଟାଅ, ମୋରଡା ବଞ୍ଚାଅ’ ସ୍ଲୋଗନ ନେଇ ମତଦାତାଙ୍କ ମନ କିଣିବା ପାଇଁ ପ୍ରୟାସ କରୁଛନ୍ତି ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହ ବେକାରୀ ସମସ୍ୟା ତାଙ୍କର ମୁଖ୍ୟ ମୁଦ୍ଦା ହେବ ବୋଲି ସେ ଇଟିଭି ଭାରତର ନେତାଙ୍କୁ 5ଟି ପ୍ରଶ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ।

ତେବେ ନିର୍ବାଚନରେ ଜିତିବା ପରେ ମୋରଡା ନିର୍ବାଚନ ମଣ୍ଡଳୀରେ ବନ୍ଦ ହୋଇ ପଡିଥିବା ଦୁଇଟି କାଗଜ କଳକୁ ପୁନଃ କାର୍ଯ୍ୟକ୍ଷମ କରି ବେକାରୀ ସମସ୍ୟାର ସମାଧାନ କରିବେ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details