ରାଇରଙ୍ଗପୁର:ମୟୂରଭଞ୍ଜ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ଜାମଦା ପୋଲିସ । ଘଟଣାରେ ସମ୍ପୃକ୍ତ 4 ଅଭିଯୁକ୍ତ ଗିରଫ । ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଗତ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର କରା ଯାଇଥିଲା । ତଦନ୍ତରୁ ମୃତ ମହିଳା ଜଣକ ଜାମଦା ଥାନା ରୁମାପାହାଡି ଗ୍ରାମର ସ୍ବର୍ଗତ ଗଣେଶ୍ୱର ମହାନ୍ତଙ୍କ ସ୍ତ୍ରୀ ତଅପୋଇ ମହାନ୍ତ ବୋଲି ପରିଚୟ ମିଳି ପାରିଥିଲା । ଏନେଇ ରାଇରଙ୍ଗପୁର ଏସଡିପିଓ ଓ ଜାମଦା ଥାନା ଅଧିକାରିଣୀ ମିନତୀ ନାଏକ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲେ ।
ତେବେ ଘଟଣାସ୍ଥଳରୁ ଜୋତା, ଶାଢ଼ୀ, ଚୁଡ଼ି ଜବତ କରିଥିଲା ପୋଲିସ । ପୋଲିସ ଏହି ହତ୍ୟା ଘଟଣାର ତଦନ୍ତ ଚଳାଇଥିବା ବେଳେ କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ମୃତ ମହିଳା ତଅପୋଇଙ୍କ ଘରକୁ ଦୀର୍ଘ ବର୍ଷ ଧରି ଯିବା ଆସିବା କରୁଥିବା ଗାଁ ସାହି ପଡିଶାଙ୍କ ନିକଟରୁ ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା ଓ ତାଙ୍କ ପୁଅ ରାକେଶର ହାତ ଥିବା ସନ୍ଦେହ କରି ଉଭୟ ବାପ ଓ ପୁଅକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିଲା ।
ଏହାମଧ୍ୟ ପଢନ୍ତୁ.. ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ