ଓଡିଶା

odisha

ETV Bharat / state

ନକଲି ପଲ୍ୟୁସନ ସାର୍ଟିଫିକେଟ ଦେଇ ତିନି ଗିରଫ

ଜାଲିଆତି କରି ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରିବା ଅଭିଯୋଗରେ ରାଇରଙ୍ଗପୁରରୁ ତିନି ଯୁବକ ଗିରଫ ।

ନକଲି ପଲ୍ୟୁସନ ସାର୍ଟିଫିକେଟ ଦେଇ ତିନି ଗିରଫ

By

Published : Sep 8, 2019, 3:45 AM IST

ରାଇରଙ୍ଗପୁର : ଜାଲିଆତି କରି ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରିବା ଅଭିଯୋଗରେ ରାଇରଙ୍ଗପୁରରୁ ତିନି ଯୁବକ ଗିରଫ । ଗିରଫ ହୋଇଥିବା ତିନି ଜଣ ଯୁବକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ବାଇଦାପୋଷିର ସିପୁନ ମହାନ୍ତ, ରୁପକ ମହାନ୍ତ ଓ ଦୁର୍ଗା ଚରଣ ପାତ୍ର ।

ନକଲି ପଲ୍ୟୁସନ ସାର୍ଟିଫିକେଟ ଦେଇ ତିନି ଗିରଫ

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅଧୀନ ମହୁଲଡିହାରେ ଥିବା ଆଦିତି ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରେ ଉକ୍ତ ତିନିଜଣ ଯୁବକ ଯାନବାହାନ ଯାଞ୍ଚ କରି ଲୋକଙ୍କୁ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଥିଲେ । ତେବେ ଆଞ୍ଚଳିକ ପରିବହନ ଅଧିକାରୀଙ୍କଠାରୁ କୌଣସି ସ୍ବୀକୃତି ନପାଇ ବେଆଇନ ଭାବେ ସେମାନେ ଟେଷ୍ଟିଂ ସେଣ୍ଟର ଚଳାଉଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଏ ବିଷୟରେ ଖବର ପାଇ ସେଠାରେ ଚଢ଼ାଉ କରି କୌଣସି ସ୍ବୀକୃତି ନ ଥାଇ ଜାଲିଆତି ଭାବେ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରୁଥିବା ଦେଖିବାକୁ ପାଇଥିଲେ ।

ଏହି ଅଭିଯୋଗ ରେ ରାଇରଙ୍ଗପୁର ଟାଉନ ପୋଲିସ ସେ ସଂସ୍ଥା ଚଲାଉଥିବା ତିନି ଜଣ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଚୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details