ଓଡିଶା

odisha

ETV Bharat / state

ଛାତ୍ର ବିଜେଡି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ - ୩ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ୩ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା
ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

By

Published : May 21, 2023, 10:13 PM IST

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ରାଇରଙ୍ଗପୁର: ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣକୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । ତେବେ ରାଜନୈତିକ ଉଦ୍ଦେଶ୍ୟ ନେଇ ମରଣାନ୍ତକ ଆକ୍ରମଣ ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁଯାୟୀ, ବାରିପଦା ସହରର ଭଞ୍ଜପୁର ଟାଙ୍କି ସାହିର ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସୁନୀଲ କୁମାର ନାୟକ । ତେବେ କୌଣସି କଥାକୁ ନେଇ ସୁନୀଲଙ୍କ ସହ ମୁର୍ଗାବାଡି ଅଞ୍ଚଳର ନିହାର ରଞ୍ଜନ ଦାସଙ୍କ ମଧ୍ୟରେ ବଚସା ହୋଇଥିଲା । ଗତ ମଙ୍ଗଳବାର ଦିନ ସୁନୀଲ ଓ ରବିନ ଦୁହେଁ ସୁନୀଲଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିଲେ । ଏହି ସମୟରେ ମୁର୍ଗାବାଡ଼ି ଅଞ୍ଚଳର ନିହାର ତାଙ୍କ ସମର୍ଥକ ପ୍ରାୟ ୧୦ ଜଣରୁ ଉର୍ଦ୍ଧ୍ବ ପିଲା ଖଣ୍ଡା, ଭୁଜାଲି, ଠେଙ୍ଗା ଇତ୍ୟାଦି ମାରଣାସ୍ତ୍ର ଧରି ସୁନୀଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତା ସହିତ ସୁନୀଲଙ୍କ ଘରକୁ ପଥର ପିଙ୍ଗିଥିଲେ ।

ଏ ସମ୍ପର୍କରେ ଥାନାରେ ଜଣେଇଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସୁନୀଲଙ୍କ ସାଙ୍ଗ ରବିନ କୁମାର ପାତ୍ରଙ୍କୁ ସେହି ପିଲାମାନେ କଚେରୀ ମାର୍କେଟରେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ରବିନ ବାରିପଦା ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ସୁନୀଲ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ରାଜନୈତିକ ଉଦ୍ଦେଶ୍ୟ ନେଇ ଆକ୍ରମଣ କରା ଯାଇଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯାଇଥିଲା ।

ଏହି ଘଟଣାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିବାର ସୂଚନା ଦେଇଛନ୍ତି ବାରିପଦା ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ । ଘଟଣାକୁ ନେଇ ବାରିପଦା ସଦର ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ କହିଛନ୍ତି,"ଏ ସମ୍ପର୍କରେ ବାରିପଦା ଟାଉନ ଥାନା ଓ ଭଞ୍ଜପୁର ଥାନାରେ ଗୋଟିଏ ଗୋଟିଏ ମାମଲା ରୁଜୁ ହୋଇଛି । ତଦନ୍ତ ଜାରି ରହିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।"

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details