ଓଡିଶା

odisha

ETV Bharat / state

ଗରମ ପେଜ ପଡି 2 ବର୍ଷର ଶିଶୁ ଗୁରୁତର

ଗରମ ପେଜ ପଡି ଦୁଇ ବର୍ଷର ଶିଶୁ ଗୁରୁତର । ଘଟଣାଟି ହେଉଛି ରାଇରଙ୍ଗପୁର ଟାଉନ ଥାନା ଗଣ୍ଡିଦା ଗ୍ରାମର । ଶିଶୁଟିକୁ ବର୍ତ୍ତମାନ ରାଇରଙ୍ଗପୁର ଥାନା ନିଆଯାଇ ଚିକିତ୍ସା କରାଯାଉଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Mar 11, 2019, 11:41 PM IST

ମୟୂରଭଞ୍ଜ: ଗରମ ପେଜ ପଡି ଦୁଇ ବର୍ଷର ଶିଶୁ ଗୁରୁତର । ଘଟଣାଟି ହେଉଛି ରାଇରଙ୍ଗପୁର ଟାଉନ ଥାନା ଗଣ୍ଡିଦା ଗ୍ରାମର । ଗୁରୁତର ଶିଶୁ ହେଉଛି ଟୁନା ସରଦାରଙ୍କ ପୁଅ ଦୁଶୁରୁ ସରଦାର । ଶିଶୁଟିକୁ ବର୍ତ୍ତମାନ ରାଇରଙ୍ଗପୁର ଥାନା ନିଆଯାଇ ଚିକିତ୍ସା କରାଯାଉଛି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଖାଇବା ପାଇଁ ମା' ଭାତ ରାନ୍ଧୁଥିବା ସମୟରେ ହଠାତ୍ ରୋଷେଇ ଘରକୁ ଦୌଡ଼ି ଆସିଥିଲା ଶିଶୁ । ହେଲେ ଗୋଡ଼ ଛନ୍ଦି ହୋଇଯିବାରୁ ରାନ୍ଧୁଥିବା ଗରମ ଭାତ ହାଣ୍ଡି ଉପରେ ପଡି ଯାଇଥିଲା ଶିଶୁ । ଫଳରେ ଗରମ ପେଜ ଢାଳି ହୋଇ ଶିଶୁଟିର ହାତ, ଗୋଡ ଓ ଦେହର ଅଧିକାଂଶ ଅଂଶ ପୋଡ଼ି ଯାଇଛି ।

ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡ଼ାକ୍ତରଖାନା ଆଣି ଶିଶୁଟିର ଚିକିତ୍ସା ଚଳାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details