ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ରେଞ୍ଜ ଅଧିନସ୍ଥ ମଣ୍ଡୁଆମ ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆହତ ମାନେ ହେଲେ ସେହି ଗାଁର ମାନା ଜାମୁଦେ ଓ ଶୁକ୍ରା ପିଙ୍ଗୁଆ । ଉଭୟଙ୍କୁ ପ୍ରଥମେ ରାଇରଙ୍ଗପୁର ପରେ ବାରିପଦା ପିଆରଏମକୁ ସ୍ଥାନାନ୍ତର କରାଯାଇଛି ।
ଭାଲୁ ଆକ୍ରମଣରେ 2 ଗୁରୁତର
ଭାଲୁ ଆକ୍ରମଣରେ 2 ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ ରେଞ୍ଜ ଅଧିନସ୍ଥ ମଣ୍ଡୁଆମ ଗାଁ ନିକଟରେ ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ସୂଚନା ଅନୁଯାୟୀ, ଗାଁର 5 ଜଣ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ହଠାତ୍ ମା ଓ ଛୁଆ ଭାଲୁ ହାବୁଡରେ ପଡିଯାଇଥିଲେ । ଭାଲୁ ଆକ୍ରମଣରେ ଉଭୟେ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ