ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ କଣ୍ଟାପାଳ ଗାଁ ନିକଟରେ ଥିବା ଚାଷ ଜମିରେ ଏକ ଅଜଗର ସାପ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଲୋକମାନେ ବିଲରେ ଧାନ କାଟୁଥିବାବେଳେ ଦେଖିବାକୁ ପାଇଲେ ଏକ ଗାତରେ ଅଧାରୁ ଅଧିକ ପଶିଥିବା ଅଜଗର ସାପକୁ ଦେଖି ବାଙ୍ଗିରିପୋଷି ବନ ବିଭାଗକୁ ଖବର ଦେଇଥିଲେ।
ଚାଷ ଜମିରୁ ୧୪ ଫୁଟର ଅଜଗର ଉଦ୍ଧାର - 14 feet python rescue in bangiriposi range of mayurbhanj
ବାଙ୍ଗରିପୋଷି ରେଞ୍ଜର ଏକ ଚାଷ ଜମିରୁ ଅଜଗର ଉଦ୍ଧାର । ବନ ବିଭାଗ ପକ୍ଷରୁ ଉଦ୍ଧାର କରି ଶିମିଳିପାଳରେ ଛଡାଯାଇଛି । ଅଧିକ ପଢନ୍ତୁ...
ଚାଷ ଜମିରୁ ୧୪ ଫୁଟର ଅଜଗର ଉଦ୍ଧାର
ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଛାଡି ଦେଇଥିବା ବନ ବିଭାଗର ଅଧିକାରୀ ଅଜୟ କୁମାର ଦାସ କହିଛନ୍ତି । ସାପଟିର ଲମ୍ବ ୧୪.୫ ଫୁଟ ହୋଇଥିବାବେଳେ ଓଜନ ୧୧ କେଜି ରହିଛି । ତେବେ ଏହି ସାପଟି ୩ ବର୍ଷର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ