ଓଡିଶା

odisha

ETV Bharat / state

ରେଳ ସଂଯୋଗ ଦାବି: ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ଡାକରା

ମୟୂରଭଞ୍ଜ ଜିଲ୍ଲାକୁ ରେଳ ସଂଯୋଗ କରିବା ଦାବିରେ ଆଜି ସକାଳ ୬ ଘଟିକାରୁ କରଞ୍ଜିଆ ସହରରେ ବନ୍ଦ ଡାକରା ଦେଇଛି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

By

Published : Jul 16, 2019, 1:51 PM IST

ରାଇରଙ୍ଗପୁର: ରେଳ ସଂଯୋଗ ଦାବିରେ ୧୨ଘଣ୍ଟିଆ କରଞ୍ଜିଆ ବନ୍ଦ ଡାକରା । ମୟୂରଭଞ୍ଜ ଜିଲ୍ଲାକୁ ରେଳ ସଂଯୋଗ କରିବା ଦାବିରେ ଆଜି ସକାଳ ୬ ଘଟିକାରୁ କରଞ୍ଜିଆ ସହରରେ ବନ୍ଦ ଡାକରା ଦେଇଛି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ।

ଯେଉଁଥିରେ ମୟୂରଭଞ୍ଜ ଜିଲ୍ଲା ପାଞ୍ଚପିଢ ଉପଖଣ୍ଡ କରଞ୍ଜିଆର ସମସ୍ତ ଛୋଟବଡ଼ ବ୍ୟବସାୟୀ ସଂଘ ନିଜ ଇଚ୍ଛାରେ କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ।
ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲାକୁ ରେଳ ବଜେଟରେ ଅଣଦେଖା କରାଯାଇଛି । ନିର୍ବାଚନ ପୂର୍ବରୁ କରଞ୍ଜିଆରେ ରେଳ ସଂଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ କହିଥିବାବେଳେ ଏବେ ଏହାକୁ ଅଣଦେଖା କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ତେବେ ସରକାର ଯଦି ଆଗାମୀ ଦିନରେ କରଞ୍ଜିଆକୁ ରେଳ ସଂଯୋଗ କରିବା ପାଇଁ କୌଣସି ବିକଳ୍ପ ପନ୍ଥା ଅବଲମ୍ବନ ନକରନ୍ତି, ତେବେ ସରକାରଙ୍କୁ ସବୁ ଦିଗରୁ ବିରୋଧ କରିବା ସହ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ।

ତେବେ ଏହି ବନ୍ଦ ଡାକରା ଯୋଗୁଁ ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି । ଯାହାର ପ୍ରଭାବରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details