ଓଡିଶା

odisha

ETV Bharat / state

ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ଗୋରୁମହିଷାଣୀ ବନ୍ଦ

ଡାକ୍ତରନିଯୁକ୍ତି ଦାବି ପୂରଣ ନେଇ ଗୋରୁମହିଷାଣୀ ବଣିକ ସଂଘ ପକ୍ଷରୁ ଦିଆଯାଇଥିଲା ଏହି ବନ୍ଦ ଡ଼ାକରା । ଏହି ବନ୍ଦକୁ କୁଲେଇଶିଳା, ବଡ଼ମୌଦା, ହାତିଆ, ସୁଦର୍ଶନପୁର ଓ ଗୁହାଳଡାଙ୍ଗିରି ପଞ୍ଚାୟତର ସମସ୍ତ ଜନସାଧାରଣ ପୁର୍ଣ୍ଣ ସମର୍ଥନ କରିଥିଲେ।

By

Published : Feb 21, 2019, 10:59 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ମୟୁରଭଞ୍ଜ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଡାକ୍ତରନିଯୁକ୍ତି ଦାବି ପୂରଣ ନେଇ ଗୋରୁମହିଷାଣୀ ବଣିକ ସଂଘ ପକ୍ଷରୁ ଦିଆଯାଇଥିଲା ଏହି ବନ୍ଦ ଡ଼ାକରା । ଏହି ବନ୍ଦକୁ କୁଲେଇଶିଳା, ବଡ଼ମୌଦା, ହାତିଆ, ସୁଦର୍ଶନପୁର ଓ ଗୁହାଳଡାଙ୍ଗିରି ପଞ୍ଚାୟତର ସମସ୍ତ ଜନସାଧାରଣ ପୁର୍ଣ୍ଣ ସମର୍ଥନ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ମୟୁରଭଞ୍ଜ

ତେବେ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ । ପ୍ରତିଶୃତି ମିଳିଥିଲେ ମଧ୍ୟ ପୂରଣ ହୋଇନଥିଲା ଡାକ୍ତର ପଦବୀ । ଯାହାକୁ ନେଇ ବୃଦ୍ଧି ପାଇଛି ଜନ ଅସନ୍ତୋଷ।

ପାଞ୍ଚଟି ପଞ୍ଚାୟତର ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ଲୋକ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଲୋକଙ୍କ କହିବା ଅନୁସାରେ, ଡାକ୍ତର ନ ଥିବାରୁ ଉକ୍ତ ଫାର୍ମାସିଷ୍ଟ ଚଳାଉଛନ୍ତି ଡାକ୍ତରଖାନା। ଯେଉଁକାରଣରୁ ଏଥିରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ବନ୍ଦ ଡାକରା ଦେଇଥିଲେ।

ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗୋରୁମହିଷାଣୀ ବଣିକ ସଂଘ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details