ଓଡିଶା

odisha

ETV Bharat / state

ପୁଣି ମୟୂରଭଞ୍ଜରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଧରାପଡି ଛେଚା ଖାଇଲା ଯୁବକ

ପୁଣି ମୟୂରଭଞ୍ଜରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଧରାପଡି ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ଛେଚା ଖାଇଛନ୍ତି ଯୁବକ ।

By

Published : Nov 24, 2019, 9:59 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଦୁଷ୍କର୍ମ ଅଭିଯୋଗ । ଆଦିବାସୀ ନାବାଳିକାକୁ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଧରାପଡି ଗ୍ରାମବାସୀଙ୍କ ଠାରୁ ନିସ୍ତୁକ ଛେଚା ଖାଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଅଞ୍ଚଳରେ ପୀଡିତା ପରିବାର ଦିନ ମଜୁରିଆ ଭାବେ କାମ କରନ୍ତି । ନାବାଳିକା ଘରେ କେହି ନଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ଝିଅକୁ ଚକୋଲେଟ ଏବଂ ୨୦ ଟଙ୍କା ଦେଇ ପାଖ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ପାଟିଶୁଣି ଗ୍ରାମର କିଛି ଯୁବକ ଝିଅକୁ ଉଦ୍ଧାର କରିଥିଲେ । ଉକ୍ତ ଯୁବକକୁ ଗ୍ରାମକୁ ଆଣି ଉତ୍ତମ ମଧ୍ୟମ ଦେଇ କରଞ୍ଜିଆ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ଏବଂ ପିଡିତାଙ୍କୁ ଆଣି ଡାକ୍ତରୀ ମଇନା କରିବା ସହିତ ଏକ ମାମଲା ରୁଜୁ କରିଛି । ପିଡିତା ପରିବାରର ବୟାନ ରେକର୍ଡ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details