ଓଡିଶା

odisha

ETV Bharat / state

କମ୍ୟୁନିଟି ସେଣ୍ଟରରେ ଭବିଷ୍ୟତ ଗଢ଼ା, 70ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ଆଦିବାସୀ ଯୁବକ - ସ୍ପେସିଆଲ ଷ୍ଟୋରୀ

ଛାତ୍ରଙ୍କ ଶିକ୍ଷକ ପାଲଟିଛନ୍ତି ଛାତ୍ର । ଶିକ୍ଷାର ପ୍ରକୃତ ମାନକୁ ବୁଝିଛନ୍ତି ଓ ଏହାକୁ ଆଗେଇ ନେବା ପାଇଁ 70 ରୁ 80 ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦେଉଛନ୍ତି ଶିକ୍ଷାଦାନ । ମାଲକାନଗିରି ଜିଲ୍ଲାର ଡଙ୍ଗସଖାଲର ଅଞ୍ଚଳରେ ଏହି ନିଆରା ପଦକ୍ଷେପ ନେଇଛନ୍ତି ତିନି ଆଦିବାସୀ ଯୁବକ ।

କମ୍ୟୁନିଟି ସେଣ୍ଟରରେ ଭବିଷ୍ୟତ ଗଢ଼ା, 70ରୁ ଉର୍ଦ୍ଧ୍ବ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ଆଦିବାସୀ ଯୁବକ
କମ୍ୟୁନିଟି ସେଣ୍ଟରରେ ଭବିଷ୍ୟତ ଗଢ଼ା, 70ରୁ ଉର୍ଦ୍ଧ୍ବ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ଆଦିବାସୀ ଯୁବକ

By

Published : Feb 15, 2021, 6:02 PM IST

ମାଲକାନଗିରି: ଶୃଙ୍ଖଳିତ ଭାବରେ ଚାଲିଛି ପାଠ ପଢା । ପିଲାଏ ବି ମନ ଧ୍ୟାନ ଦେଇ ପାଠ ପଢୁଛନ୍ତି । ଏମିତି ଲାଗୁଛି ଯେମିତି ଏହା କୌଣସି ସ୍କୁଲ କିମ୍ବା ଟ୍ୟୁସନ ସେଣ୍ଟର । ହେଲେ ଆପଣ ଜାଣି ଖୁସି ହେବେ, ଏହି କୁନି ଛାତ୍ରଛାତ୍ରୀଙ୍କ ଶିକ୍ଷକମାନେ ବି ଛାତ୍ର। ମାଲକାନଗିରି ଜିଲ୍ଲାର ଡଙ୍ଗସଖାଲର ଅଞ୍ଚଳରେ ତିନି ଆଦିବାସୀ ଯୁବକ ନେଇଛନ୍ତି ଏହି ନିଆରା ପଦକ୍ଷେପ । କୋରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ସ୍ବଇଚ୍ଛାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଭାର ମୁଣ୍ଡାଇଛନ୍ତି । ତାହା ବି ସମ୍ପୂର୍ଣ୍ଣ ମାଗଣା । ଉଦ୍ଦେଶ୍ୟ କେବଳ ପିଲାଙ୍କୁ ଶିକ୍ଷିତ କରିବା । ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷ ଛାତ୍ର ଦୁଲା ବାଞ୍ଜାମି, ଯୁକ୍ତ ଦୁଇର ଦୁଇ ଜଣ ଛାତ୍ର ସୁରେଶ ମାଡକାମୀ ଓ କିଶୋର ମାଡକାମୀ। ନିଜ ପାଠ ପଢା ସାରି ଦୈନିକ 4 ରୁ 5 ଘଣ୍ଟା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ଶିକ୍ଷାଦାନ କରୁଛନ୍ତି । ଗାଁରେ ଥିବା କମ୍ୟୁନିଟି ସେଣ୍ଟରକୁ ବିଦ୍ୟାଳୟର ରୂପ ଦେଇ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି।

କମ୍ୟୁନିଟି ସେଣ୍ଟରରେ ଭବିଷ୍ୟତ ଗଢ଼ା, 70ରୁ ଉର୍ଦ୍ଧ୍ବ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ଆଦିବାସୀ ଯୁବକ
ଯୁବ ସଙ୍ଘଠନ ଟିମ ଉଇ କ୍ୟାନ ପକ୍ଷରୁ ଏହି ଛାତ୍ର ଛାତ୍ରୀଙ୍କୁ ବହି ଓ ଶିକ୍ଷା ଉପକରଣ ଯୋଗାଇବା ସହ ଖେଳିବା ପାଇଁ ମଧ୍ୟ ବିଭିନ୍ନ କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି। ଏଠି ପାଠ ପଢୁଛନ୍ତି ପ୍ରାୟ 70ରୁ 80 ପିଲା। ସଚେତନତା ଅଭାବ ଓ ଅନଲାଇନ ଶିକ୍ଷା ନିମନ୍ତେ ଆର୍ଥିକ ସ୍ଥିତି ଠିକ ନଥିବାରୁ ଅନେକ ଆଦିବାସୀ ପିଲା ଅନଲାଇନ କ୍ଲାସରୁ ବଞ୍ଚିତ ହୋଇଥିଲେ । ଯାହା ଦେଖିବା ପରେ ପିଲାଙ୍କୁ ମାଗଣା ପାଠ ପଢାଇବାକୁ ମନସ୍ଥ କରିଥିଲେ ଏହି 3 ଛାତ୍ର। ମାଲକାନଗିରି ଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଆଦିବାସୀ ଯୁବକ ଓ ଟିମ ଉଇ କ୍ୟାନ ଙ୍କ ନିଆରା ପଦକ୍ଷେପକୁ ଅଭିଭାବକମାନେ ବେଶ ପ୍ରଶଂସା କରିଛନ୍ତି ।


ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଏଭଳି ପଦକ୍ଷେପ ସ୍ବାଗତ ଯୋଗ୍ୟ ନିଶ୍ଚୟ । ଯେମତି ଲାଗୁଛି ଶିକ୍ଷାର ପ୍ରକୃତ ମାନ ଏହି ଛାତ୍ରମାନେ ବୁଝି ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ଅଭିଯାନକୁ ପଥ ଖୋଲିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details