ଓଡିଶା

odisha

By

Published : Feb 9, 2021, 4:55 PM IST

ETV Bharat / state

ମାଓ ସଙ୍ଗଠନ ମୋହରେ ଭାଇକୁ ହତ୍ୟା

ମାଓ ସଙ୍ଗଠନର ମୋହରେ ଷଡଯନ୍ତ୍ର କରି ନିଜ ବଡଭାଇକୁ ହତ୍ୟା କଲା ଭାଇ । ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଅନ୍ତର୍ଗତ କୋତ୍ରାପାଲ ଅଞ୍ଚଳର ଘଟଣା । ଅଧିକ ପଢନ୍ତୁ...

ମାଓ ସଙ୍ଗଠନର ମୋହରେ ଭାଇକୁ ହତ୍ୟା
ମାଓ ସଙ୍ଗଠନର ମୋହରେ ଭାଇକୁ ହତ୍ୟା

ମାଲକାନଗିରି: କଥାରେ ଅଛି ଅଣ୍ଟି ଛୁରି ତଣ୍ଟି କାଟେ । ସେଭଳି କିଛି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଅନ୍ତର୍ଗତ କୋତ୍ରାପାଲ ଅଞ୍ଚଳରେ । ମାଓ ସଙ୍ଗଠନର ମୋହରେ ନିଜ ରକ୍ତକୁ ଭୁଲି ଭାଇକୁ ହତ୍ୟା କଲା ଭାଇ । ମାଓ ହିଂସାରୁ ମୁହଁ ମୋଡିଥିବା ବଡ ଭାଇ ନିଜ ସାନ ଭାଇକୁ ମଧ୍ୟ ନିଜ ସହ ଶାନ୍ତି ରାସ୍ତାରେ ଆଣିବାକୁ ଯାଇ ନିଜ ଜୀବନ ହରାଇଛି । ମୃତକ କୋତ୍ରାପାଲ ଗାଁର ମଲ୍ଲେସ ।

ସୂଚନାଯୋଗ୍ୟ, 2014 ମସିହାରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସରେ ଆତ୍ମସମର୍ପଣ କରିଥିଲେ ମାଓ ନେତା ଡିଭିସି କମାଣ୍ଡର ମଲ୍ଲେସ । ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଖି ଲୋକଙ୍କ ଉନ୍ନତିରେ ବାଧକ ସାଜୁଥିବା ମାଓ ସଙ୍ଗଠନ ବିରୁଦ୍ଧରେ ସେ ବନ୍ଧୁକ ଧରିଥିଲେ । ମଲ୍ଲେସ ପୋଲିସ ଆଗରେ ଆତ୍ମସମର୍ପଣ ପରେ ଜିଲ୍ଲା ପୋଲିସର ଆଣ୍ଟି ନକ୍ସଲ ଫୋର୍ସରେ ଯୋଗ ଦେଇଥିଲେ ଏବଂ ଡିଆରଜି ଯବାନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଲକ୍ଷ୍ୟ ଥିଲା ନିଜ ଭଳି ନିଜ ସାନ ଭାଇକୁ ମଧ୍ୟ ମାଓ ସଙ୍ଗଠନରୁ ମୁକୁଳେଇ ଭଲ ରାସ୍ତା ଦେଖାଇବା । ସେଥିପାଇଁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ ।

ମାତ୍ର ମଲ୍ଲେସଙ୍କ ସାନ ଭାଇ ମାଓ ସଙ୍ଗଠନ ଛାଡି ଆତ୍ମସମର୍ପଣ କରିବା ବାହାନାରେ ତାଙ୍କୁ ଗାଁକୁ ଡାକିଥିଲା । ମଲ୍ଲେସ ମଧ୍ୟ ଭାଇର ଚକ୍ରାନ୍ତ ବୁଝିନପାରି ଖୁସିରେ ଆତ୍ମହରା ହୋଇ ନିଜ ଗାଁ କୋତ୍ରାପାଲକୁ ଚାଲିଯାଇଥିଲେ । ହେଲେ ସେଠାରେ ତାଙ୍କ ସାନଭାଇ ଓ ମାଓ କମାଣ୍ଡର ମଙ୍ଗେସର ଯୋଜନା ମୁତାବକ 50ରୁ ଉର୍ଦ୍ଧ୍ବ ମାଓବାଦୀ ମଲ୍ଲେସକୁ ଘେରାବନ୍ଦୀ କରି ଗୁଳି କରିଛନ୍ତି । ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ମଲ୍ଲେସଙ୍କ ତୁରନ୍ତ ଅନ୍ତିମ ସଂସ୍କାର କରିଦେଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର ମାତ୍ର କିଛି ସମୟ ପୂର୍ବରୁ ମଲ୍ଲେସ ନିଜ ସ୍ତ୍ରୀକୁ ଭିଡିଓ କଲିଂ ଜରିଆରେ ତାଙ୍କୁ ଘେରାବନ୍ଦୀ କରାଯାଇଥିବା ନେଇ ସବୁକଥା ଜଣାଇଥିଲେ । ପୋଲିସ ଏହି ଘଟଣା ପରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details