ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର ଶାଗୁଆନ-ଶାଳ କାଠ ଜବତ, ଦୁଇ ଗିରଫ - wood seized in Malkangiri

ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଦୁର୍ଗାଗୁଡି ସାହି ଓ ଆଶୀର୍ବାଦ କଲୋନୀରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରାଯାଇଛି । ଅଧିକ ପଢନ୍ତୁ...

wood seized in Malkangiri,Two arrested
ଲକ୍ଷାଧିକ ଟଙ୍କାର ଶାଗୁଆନ-ଶାଳ କାଠ ଜବତ, ଦୁଇ ଗିରଫ

By

Published : Oct 15, 2020, 4:53 PM IST

ମାଲକାନଗିରି: ଲକ୍ଷାଧିକ ଟଙ୍କାର ଶାଗୁଆନ-ଶାଳ କାଠ ଜବତ । ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ସ୍ଥାନୀୟ ଦୁର୍ଗାଗୁଡି ସାହି ଓ ଆଶୀର୍ବାଦ କଲୋନୀରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରାଯାଇଛି । ଏହାସହ ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁର୍ଗାଗୁଡି ସାହିରୁ ଅର୍ଜୁନ ମହାରଣା ଓ ଆଶୀର୍ବାଦ କଲୋନୀରୁ ଶ୍ରୀହରି ନାଗକୁ ଘଟଣାସ୍ଥଳରୁ ଗିରଫ କରାଯାଇଛି।

ଲକ୍ଷାଧିକ ଟଙ୍କାର ଶାଗୁଆନ-ଶାଳ କାଠ ଜବତ, ଦୁଇ ଗିରଫ

ଖବର ଅନୁଯାୟୀ, ମାଲକାନଗିରି ସହର ମଧ୍ୟରେ ଏହି ଦୁଇ ବ୍ୟବସାୟୀ ବିପୁଳ ପରିମାଣର ମୂଲ୍ୟବାନ ଗଛ ଜଙ୍ଗଲରୁ ବେଆଇନ ଭାବେ କାଟି ବିଭିନ୍ନ ଘରୋଇ ଉପକରଣ ବନାଉଥିବା ଖବର ପାଇଥିଲେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ । ଖବର ପାଇ ଶ୍ରୀ ନାୟକଙ୍କ ନେତୃତ୍ୱରେ ଏକ ଟିମ ଦୁର୍ଗାଗୁଡି ସାହି ଓ ଆଶୀର୍ବାଦ କଲୋନୀରେ ଚଢାଉ କରିଥିଲେ ।

ଚଢ଼ାଉ ବେଳେ ବହୁ ମୂଲ୍ୟବାନ ଶାଗୁଆନ ଏବଂ ଶାଳ କାଠର ପଟା ମିଳିଥିବାବେଳେ ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠରେ ତିଆରି ହୋଇଥିବା ଖଟ, ଚେୟାର, ପଲଙ୍କ, ଘଟଣା ସ୍ଥଳରୁ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ହାରାହାରି ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ କରାଯିବା ପରେ ଯଥା ଶୀଘ୍ର କୋର୍ଟ ଚାଲାଣ କରାଯିବ । ବନବିଭାଗ ଉକ୍ତ କାଠକୁ ଜବତ କରି ଏକ ଗାଡି ଯୋଗେ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details