ମାଲକାନଗିରି: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ପଲ୍ଲୀ ଠାରୁ ସହର ସବୁଆଡେ ଏହି ପର୍ବ ଧୂମଧାମରେ ପାଳନ ହେଉଥିବାବେଳେ ଉପାନ୍ତ ଜିଲ୍ଲା ମାଲକାନଗିରିରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ହାତରେ ଭଉଣୀ ବାନ୍ଧି ଥାଏ ରାକ୍ଷୀ । ଆଉ ପ୍ରତି ବଦଳରେ ଭାଇ ଭଉଣୀର ସୁରକ୍ଷା ପାଇଁ ଶପଥ ନେଇଥାଏ ।
ଆଜି ସାରା ଦେଶ ଏହି ଉତ୍ସବ ପାଳନ କରୁଥିବାବେଳେ ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳିତ ହେଉଛି । ହେଲେ ଜିଲ୍ଲାର ମାଓ ପ୍ରବଣ ଖଇରପୁଟ ବ୍ଳକରେ ଜଣେ ମହିଳା ଏଥର ସ୍ଥାନୀୟ ପୋଲିସଙ୍କୁ ରାକ୍ଷୀ ବାନ୍ଧି ଏହି ମହାନ ପର୍ବର ମୂଲ୍ୟକୁ ଦ୍ବିଗୁଣିତ କରିଛନ୍ତି । ସବୁ ବେଳେ ଭଉଣୀ ନିଜ ଭାଇ କିମ୍ବା ସମ୍ପର୍କୀୟ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।