ଓଡିଶା

odisha

ETV Bharat / state

ଜଳବନ୍ଦୀ ଅଙ୍ଗନବାଡି, ପାଣିଘେରରେ ପାଠ ପଢୁଛନ୍ତି ପିଲା

ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଅଙ୍ଗନବାଡି କେନ୍ଦ୍ର ଭିତରେ ଓ ବାହାରେ ଆଣ୍ଠୁଏ ପାଣି ସହ ପଚ ପଚ କାଦୁଅ । ଏଭଳି ପରିସ୍ଥିତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jul 5, 2019, 8:42 PM IST

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଅଙ୍ଗନବାଡି କେନ୍ଦ୍ର ଭିତରେ ଓ ବାହାରେ ଆଣ୍ଠୁଏ ପାଣି ସହ ପଚ ପଚ କାଦୁଅ । ଏଭଳି ପରିସ୍ଥିତିରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର । ଯେଉଁଠାରେ ମୌସୁମୀ ବର୍ଷା ପାଣିରେ ବୁଡି ରହିଛି ପିଲାଙ୍କ ଭବିଷ୍ୟତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅଙ୍ଗନବାଡି ଚତୁଃପାର୍ଶ୍ବରେ ଜମିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଏଥିସହ ପାଣି ଜମା ହୋଇ ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶରେ ପିଲାମାନଙ୍କ ପାଇଁ ତିଆରି ହେଉଛି ମଧ୍ୟାହ୍ନ ଭୋଜନ । ଏହି ଘଟଣାକୁ ନେଇ ଏନେକ ଦିନ ବିତିଥିବା ସତ୍ତ୍ବେ ପ୍ରଶାସନ ନେଇ ନାହିଁ କୌଣସି ପଦକ୍ଷେପ ।

ଦେଖିବାକୁ ବାକି ରହିଲା ଜଳବନ୍ଦୀରୁ କେବେ ମୁକୁଳୁଛି ଅଙ୍ଗନବାଡି ଓ କେବେ ମୁକୁଳୁଛନ୍ତି ପିଲାଏ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details