ମାଲକାନଗିରି: ଆଗକୁ ଲକଡାଉନ ଥିବା ହେତୁ ହାଟ ବଜାର ସବୁଠି ଭିଡ ଦେଖିବାକୁ ମିଳୁଥିବା ବେଳେ ଏଥିରୁ ବାଦ ପଡିନି ମଦ ଦୋକାନ । ଲୋକେ ମଦକୁ ଅତ୍ୟାବଶକୀୟ ସାମଗ୍ରୀ ଭାବି ଲକଡାଉନ ପୂର୍ବରୁ କିଣି ନେଇ ଯାଉଥିବା ଦେଖିବାକୁ ମିଳୁଛି । ଫଳରେ ମଦ ଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । କୋରୋନା କଟକଣାର ନିୟମ ଉଲ୍ଲଂଘନ କରିବା ଫଳରେ ମଦ ଦୋକାନ ସିଲ କରିଛି ସ୍ଥାନୀୟ ପ୍ରଶାସନ ।ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।
ମାନୁନାହାନ୍ତି କୋଭିଡ କଟକଣା, ସିଲ୍ ହେଲା ମଦ ଦୋକାନ
କଟକଣା ମାନୁନାହଁନ୍ତି ଅମାନିଆ । ଅସମ୍ଭାଳ ଭିଡ ଦେଖି ସିଲ ହେଲା ମଦ ଦୋକାନ । ଅଧିକ ପଢନ୍ତୁ...
ମାଲକାନଗିରି ଜିଲ୍ଲା ସଦରମହକୁମାର ବସ ଷ୍ଟାଣ୍ଡ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ସାମାଜିକ ଦୂରତା ନଥିବା ବେଳେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସରକାର କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି ,କିନ୍ତୁ ଲୋକ ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବି ଗହଳି କରୁଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ଲକଡାଉନ ଆରମ୍ଭ ହେଉଥିବା ବେଳେ ଆଜି ସକାଳୁ ଏକ ନମ୍ବର ମଦ ଦୋକାନରେ ପ୍ରବଳ ଭିଡ ଜମିଥିଲା । ତେଣୁ ଘଟଣା ସ୍ଥଳରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପହଞ୍ଚି ମଦ ଦୋକାନ ସିଲ କରିଦେଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ