ଓଡିଶା

odisha

ETV Bharat / state

ସ୍ବାଭିମାନ ଅଞ୍ଚଳରେ ମିଳିବ ସବୁ ସୁବିଧା, ୮ ଟି କ୍ଲଷ୍ଟର ବିଲ୍ଡିଂର ଶିଳାନ୍ୟାସ କଲେ ମନ୍ତ୍ରୀ

ଦ୍ବିତୀୟ ଥର ପାଇଁ ମାଓ ପ୍ରବଣ ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍ବାଧୀନତାର ଦୀର୍ଘ ଦଶନ୍ଧି ଧରି କୌଣସି ମନ୍ତ୍ରୀ ଏହି ଅଞ୍ଚଳକୁ ଯାଇନଥିବା ବେଳେ ସମୀର ଦାସ ପ୍ରଥମ ଥର ପାଇଁ ଗସ୍ତ କରିଥିଲେ । ଶିକ୍ଷକଙ୍କ ପାଇଁ ନିର୍ମିତ କ୍ଲଷ୍ଟର ଗୃହର ଶିଳାନ୍ୟାସ ପାଇଁ ଆଜି ପୁନର୍ବାର ଗସ୍ତ କରିଛନ୍ତି ମନ୍ତ୍ରୀ ।

By

Published : Dec 18, 2019, 9:15 AM IST

Updated : Dec 18, 2019, 5:36 PM IST

malkanagiri
malkanagiri

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ହେବ ସବୁକିଛି ସୁବିଧା । ଯେପରି ସ୍ବାଭିମାନ ଅଞ୍ଚଳବାସୀ ଶିକ୍ଷା ଠାରୁ ସ୍ବାସ୍ଥ୍ୟ ସବୁକିଛି ସୁବିଧା ସୁଯୋଗ ପାଇବେ ଏଥିପାଇଁ ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି କ୍ଲଷ୍ଟର ବିଲ୍ଡିଂ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମାଲକାନଗିରି ଗସ୍ତ କରିଛନ୍ତି । ଆଉ ଶିକ୍ଷକଙ୍କ ପାଇଁ 8 କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା କ୍ଲଷ୍ଟର ବିଲ୍ଡିଂର ଶିଳାନ୍ୟାସ କରିବା ସହ ତିନୋଟି ମୋଟର ଆମ୍ବୁଲାନ୍ସର ଉଦଘାଟନ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ..

ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି 9ଟି ପଞ୍ଚାୟତରେ ୮ ଟି କ୍ଲଷ୍ଟର ହାଉସ ନିର୍ମାଣ କରାଯିବା ସହ ୫୦୦ ଶଯ୍ୟା ବିଶିଷ୍ଟ ୮ ଟି ବଡ ହଷ୍ଟେଲ ମଧ୍ୟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ବଡପଡା ଠାରେ ଆୟୋଜିତ ଏକ ସଭାରେ କ୍ଲଷ୍ଟର ହାଉସ ନିର୍ମାଣ ଲାଗି ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ ସମୀର ଦାଶ ।

ଏହା ପରେ ଆଦିବାସୀ ଛାତ୍ରଛତ୍ରୀଙ୍କ ସହ ସିଧାସଳଖ କଥା ହୋଇ ଗୁରୁପ୍ରିୟା ସେତୁକୁ ଯାଇଥିଲେ ମନ୍ତ୍ରୀ । ସେଠାରେ ସ୍ବାଭିମାନ ଅଞ୍ଚଳର ଆଦିବାସୀଙ୍କ ଲାଗି ଏକ ୧୦୮ ମୋଟର ବୋଟ ଆମ୍ବୁଲାନ୍ସର ଉଦଘାଟନ କରାଯାଇଛି ।

ଚିତ୍ରକୋଣ୍ଡାରୁ ଫେରି ମାଲକାନାଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ଜିଲ୍ଲାର ସମସ୍ତ ବିଭାଗର ସମୀକ୍ଷା କରିଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ବୈଠକ ପରେ କମିଶନର କହିଛନ୍ତି ଯେ ସ୍ବାଭିମାନ ଅଞ୍ଚଳରେ ଦ୍ରୃତ ଗତିରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା କରାଯିବ । ଏହାସହ ପ୍ରତି ଗାଁକୁ ବିଦ୍ୟୁତି କରଣ କରାଯିବା ସହ ଚାଷ ଜମିରେ ଜଳ ସେଚନ ବ୍ୟବସ୍ଥା ମଧ୍ୟ କରାଯିବ ।

ଦୀର୍ଘବର୍ଷ ଧରି ଅନ୍ୟ ଯେଉଁ ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ସେଠାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାସ୍ତା ନିର୍ମାଣ କରାଯିବା ସହ ଉନ୍ନୟନ କାର୍ଯ୍ୟକ୍ରମ କରାଯିବ ବୋଲି ଉନ୍ନୟନ କମିଶନର କହିଛନ୍ତି । ଏଥିପାଇଁ ପ୍ରତି ମାସରେ ଥରେ କମିଶନର ନିଜେ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ବୋଲି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

Last Updated : Dec 18, 2019, 5:36 PM IST

ABOUT THE AUTHOR

...view details