ଓଡିଶା

odisha

ETV Bharat / state

ହକ୍‌ ପାଇଁ ଜଳଯାତ୍ରାରେ ସ୍ବାଭିମାନ ଅଞ୍ଚଳବାସୀ

ସ୍ବାଭିମାନ ଅଞ୍ଚଳର 5ଟି ପଞ୍ଚାୟତ ନିଜ ମୌଳିକ ସୁବିଧା ପାଇଁ ଜଳଯାତ୍ରା କରି ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଛନ୍ତି । ଆଜି ରାତିରେ ଚିତ୍ରକୋଣ୍ଡାରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ମାଲକାନଗିରି ଅଭିମୁଖେ ଯାତ୍ରା କରିବେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

By

Published : Aug 25, 2019, 10:34 PM IST

ମାଲକାନଗିରି: ସ୍ବାଧୀନତାର 73 ବର୍ଷ ପରେ ବି ଆଜି ବି କିଛି ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ତନ୍ମଧ୍ୟରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଅନ୍ୟତମ । ସ୍ବାଭିମାନ ଅଞ୍ଚଳର 5ଟି ପଞ୍ଚାୟତ ଯଥା ଯନ୍ତ୍ରୀ, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଓ ଗାଜଲ ମାମୁଡି ଆଜି ବି ଗମନାଗମନ, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଏସବୁ ପ୍ରକାର ସୁବିଧା ପାଇବାକୁ ବିଚ୍ଛିନ୍ନାଞ୍ଚଳବାସୀ ବାରମ୍ବାର ମେଳି କରି ଦାବି ଜଣାଇଛନ୍ତି । କିନ୍ତୁ ସେମାନଙ୍କୁ ଆଜି ଯାଏଁ କୌଣସି ସୁଫଳ ମିଳିନାହିଁ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ଫଳରେ ବାଧ୍ୟହୋଇ ଏହି 5ଟି ଗ୍ରାମର ଶହ ଶହ ଆଦିବାସୀ ଆଜି ପୋଲିସ ଓ ପ୍ରଶାସନକୁ ଚକମା ଦେଇ ଡଙ୍ଗା ଓ ମୋଟର ବୋଟ ମାଧ୍ୟମରେ ଜଳଯାତ୍ରା କରି ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଛନ୍ତି । ଆଜି ରାତିରେ ଚିତ୍ରକୋଣ୍ଡାରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ମାଲକାନଗିରି ଅଭିମୁଖେ ଯାତ୍ରା କରିବେ । ସେଠାରେ ନିଜ ହକ୍‌ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣ ଧାରଣା ଦେବା ନେଇ ସୂଚନା ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details